ଜାଣନ୍ତୁ କ’ଣ ପାଇଁ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ବାପା ବୋଲି ଡ଼ାକନ୍ତି ନାହିଁ ତାଙ୍କ ପୁଅ-ଝିଅ?

ମୁମ୍ବାଇ : ସୁପରଡାନ୍ସର ଚାପ୍ଟର-୩କୁ ଅତିଥି ଭାବରେ ଆସି ପହଞ୍ଚିଥିଲେ ଅଭିନେତା ମିଥୁନ ଚକ୍ରାବର୍ତ୍ତୀ । ଗୀତ ଆଇ ଆମ ଏ ଡିସ୍କୋ ଡ୍ୟାନ୍‌ସରରୁ ମିଥୁନ ଚକ୍ରବର୍ତ୍ତୀ ଚର୍ଚ୍ଚିତ ହୋଇଥିବା ବେଳେ ମିଥୁନଙ୍କୁ ସ୍ୱାଗତ କରିବା ପାଇଁ ସୋ’ର ଥିମ୍‌ ଡିସ୍କୋ ଡ୍ୟାନ୍‌ସର ରଖାଯାଇଥିଲା । ତେବେ ସୋ’ରେ ପହଞ୍ଚିବା ପରେ ପ୍ରତିଯୋଗୀମାନଙ୍କର ନୃତ୍ୟ ଦେଖିବା ସହ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ ଜଣାଇଥିଲେ ମିଥୁନ । ଘରେ ତାଙ୍କୁ ତାଙ୍କ ୩ଜଣ ପୁଅ ଏବଂ  ଝିଅ ବାପା କି ଡାଡି ବୋଲି ଡ଼ାକନ୍ତି ନାହିଁ । ମୋ ପିଲାମାନେ ମୋତେ ମିଥୁନ ବୋଲି ଡ଼ାକନ୍ତି ବୋଲି କହିଥିଲେ ସେ ।

aajtak.intoday.in

ଏହାର କାରଣ ପଚରାଯିବା ପରେ ସେ କହିଥିଲେ, ଯେତେବେଳେ ମିମୋହ ଜନ୍ମ ହୋଇଥିଲେ, ସେତେବେଳେ ସେ ୪ବର୍ଷ ପର୍ଯ୍ୟନ୍ତ କଥା କହି ପାରୁ ନଥିଲେ । ଦିନେ ଆମେ ତାକୁ ମିଥୁନ ଡ଼ାକିବାକୁ କହିଥିଲୁ । ଯାହା ପରେ ସେ ତୁରନ୍ତ ସ୍ପଷ୍ଟ ଭାବରେ ମିଥୁନ କହିଥିଲେ । ଏ କଥା ମିମୋହର ଡ଼ାକ୍ତରଙ୍କୁ ଜଣା ପଡ଼ିବା ପରେ, ମିମୋହଙ୍କୁ ବାରମ୍ବାର ମିଥୁନ କହିବାକୁ କୁହ ବୋଲି ସେ କହିଥିଲେ । ଯାହା ପରେ ଧିରେ ଧିରେ ମିମୋହ କଥା କହିବା ଆରମ୍ଭ କରିଥିଲା । ମିମୋହ ମିଥୁନ ଡ଼ାକୁଥିବାରୁ ମୋର ଦୁଇ ସାନ ପୁଅ ମଧ୍ୟ ମୋତେ ମିଥୁନ ଡ଼ାକିବା ଆରମ୍ଭ କରିଥିଲେ । ଝିଅ ଜନ୍ମ ହେବା ପରେ ସେ ମଧ୍ୟ ମୋତେ ବାପା ନ ଡ଼ାକି ମିଥୁନ ଡ଼ାକିବା ଆରମ୍ଭ କରିଥିଲେ ବୋଲି କହିଛନ୍ତି ମିଥୁନ ଚକ୍ରବର୍ତ୍ତୀ ।

ସମ୍ବନ୍ଧିତ ଖବର