ଜାଣନ୍ତି ମିଥୁନ ଚକ୍ରବର୍ତ୍ତୀ ଏବେ କେତେ କୋଟିର ମାଲିକ ?

ମୁମ୍ବାଇ : ବଲିଉଡର ଲୋକପ୍ରିୟ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ଏବେ ୬୮ ହେଲା । ସେ ପ୍ରାୟ ୨୫୮ କୋଟି ଟଙ୍କାର ମାଲିକ। ସେ ପ୍ରାୟ ୩୫୦ଟି ହିନ୍ଦୀ ସିନେମାରେ କାମ କରିସାରିଲେଣି।ମିଥୁନଙ୍କ ଅଭିନୀତ ବତନ୍‌କେ ରଖଓ୍ଵାଲେ, ସ୍ୱର୍ଗସେ ସୁନ୍ଦର, ଜାଲ୍‌, ପ୍ୟାର୍‌ ଝୁକ୍‌ତା ନେହିଁ, ପ୍ୟାରକା ମନ୍ଦିର, ପ୍ୟାର୍‌କେ ଦୋ ପଲ୍‌, ଓ୍ଵକ୍ତ କି ଆଓ୍ଵାଜ୍‌ ଓ ପ୍ରେମ ପ୍ରତିଜ୍ଞା ଆଦି ସୁପରହିଟ୍‌ ସିନେମା ଉଟ୍ଟିରେ ସୁଟିଂ ହୋଇଥିଲା।

ମିଥୁନ ଚକ୍ରବର୍ତ୍ତୀ ସିନେମାରେ ଅଭିନୟ କରିବା ସହିତ ହୋଟେଲ ବ୍ୟବସାୟରେ ବି ମନ ଦେଇଛନ୍ତି । ତାଙ୍କର ମୋନାର୍କ ହୋଟେଲ ରହିଛି। ଉଟ୍ଟିସ୍ଥିତ ଏହି ହୋଟେଲରେ ୫୯ଟି କୋଠରୀ, ୩ଟି ଲଗଜରି ସୁଟ୍‌ସ, ହେଲ୍‌ଥ ଫିଟନେସ ସେଣ୍ଟର, ଇନ୍‌ଡୋର୍‌ ସୁଇମିଂପୁଲ, ଡିସ୍କୋ ଆଦିର ସୁବିଧା ରହିଛି।


ମିଥୁନ୍‌ ଚକ୍ରବର୍ତ୍ତୀ ପ୍ରଥମେ ଉଟ୍ଟିଠାରେ ନିଜର ହୋଟେଲ ବ୍ୟବସାୟ ଆରମ୍ଭ କରିଥିଲେ।ଏହାର କାରଣ ହେଲା ଯେ, ମିଥୁନ୍‌ଙ୍କ ଅଭିନୀତ ଯେଉଁ ସବୁ ହିନ୍ଦୀ ଚଳଚ୍ଚିତ୍ରର ସୁଟିଂ ଉଟ୍ଟିରେ ହେଉଥିଲା, ସେଗୁଡ଼ିକ ହିଟ୍‌ ହେଉଥିଲା। ଏଣୁ ଉଟ୍ଟିକୁ ସେ ‘ଲକି’ ମନେ କରୁଥିଲେ। ଏହି କାରଣରୁ ସେ ଉଟ୍ଟିରେ ହିଁ ପ୍ରଥମେ ହୋଟେଲ ବ୍ୟବସାୟ ଆରମ୍ଭ କରିଥିଲେ।

ସମ୍ବନ୍ଧିତ ଖବର