ମିଥୁନ ଚକ୍ରବର୍ତ୍ତୀଙ୍କର ପାଳିତା କନ୍ୟା ବଲିଉଡରେ ପାଦ ଦେବେ !

0 600

ମୁମ୍ବାଇ: ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କର ତିନି ପୁଅଙ୍କ ବ୍ୟତୀତ ଏକ ପୋଷ୍ୟା କନ୍ୟା ମଧ୍ୟ ରହିଛି,ଯାହାଙ୍କୁ ସେ ଏକ ଅଳିଆ ଗଦାରୁ ପାଇଥିଲେ।ମିଥୁନଙ୍କ ଏହି ଝିଅଙ୍କର ନାମ ଦିଶାନୀ ଚକ୍ରବର୍ତ୍ତୀ । ଜନ୍ମପରେ ତାଙ୍କୁ ତାଙ୍କର ଅସଲି ପିତାମାତା ଅଳିଆ ଗଦାରେ ଛାଡି ଚାଲିଯାଇଥିଲେ ।
ତେବେ ଏହାକୁ ନେଇ ଅଭିନେତା ମିଥୁନ ଚକ୍ରବର୍ତ୍ତୀ କହିଛନ୍ତି କି ସେ ଏକଦା ଏକ ବଙ୍ଗଳା ଖବର କାଗଜରୁ ଜାଣିବାକୁ ପାଇଥିଲେ ଯେ,କେହିଜଣେ ଏକ ଶିଶୁ କନ୍ୟାକୁ ଅଳିଆ ଗଦାରେ ଛାଡ଼ି ଚାଲିଯାଇଛନ୍ତି।ଏହାପରେ ଜଣେ ସହୃଦୟ ବ୍ୟକ୍ତି ଉକ୍ତ ଶିଶୁକନ୍ୟାକୁ ନିଜ ଘରକୁ ନେଇଯାଇଛନ୍ତି। ତେବେ ଏହି ଖବର ଜାଣି ଅଭିନେତା ମିଥୁନ୍‌ ଉକ୍ତ ବ୍ୟକ୍ତିଙ୍କ ସହିତ ସଂପର୍କ ସ୍ଥାପନ କରିବା ସହିତ ତାଙ୍କ ଘରକୁ ଯାଇ ପୋଷ୍ୟା କନ୍ୟା ଲାଗି ଗ୍ରହଣ ପାଇଁ ତାଙ୍କର ସମସ୍ତ କାଗଜପତ୍ର କାମ ଶେଷ କରିଥିଲେ।ଏହାପରେ ସେ ଉକ୍ତ ଶିଶୁକନ୍ୟାଙ୍କୁ ନିଜ ଘରକୁ ଆଣି ତାର ନାମ ଦିଶାନୀ ବୋଲି ରଖିଥିଲେ।ଏବେ ଦିଶାନୀ ନ୍ୟୁୟର୍କର ଫିଲ୍ମ ଏକାଡ଼େମୀରେ ନିଜ ଅଭିନୟର ତାଲିମ୍‌ ନେଉଛନ୍ତି। ସେ ନାୟିକାଭାବେ ବଲିଉଡରେ ପାଦ ଦେବେ ବୋଲି ଚର୍ଚ୍ଚା ହେଉଛି ।

                                                                                      photo-youtube
ସୂଚନା ଅନୁଯାୟୀ, ମିଥୁନ୍‌ ଏବଂ ତାଙ୍କ ପତ୍ନୀ ଯୋଗିତା ବାଲୀ ନିଜର ତିନି ପୁଅ ମିମୋହ,ଊଷ୍ମେ,ନମାଶୀ ଚକ୍ରବର୍ତ୍ତୀଙ୍କ ଭଳି ଝିଅ ଦିଶାନୀଙ୍କୁ ବି ଲାଳନ ପାଳନ କରିଛନ୍ତି। ଏଥିସହିତ ସେମାନେ ଦିଶାନୀଙ୍କୁ ମଧ୍ୟ ସେହିଭଳି ସୁଖ ସୁବିଧା ଦେଇଛନ୍ତି,ଯାହା ସେ ନିଜ ପିଲାମାନଙ୍କୁ ଦେଇଛନ୍ତି।
ତେବେ ଫିଲ୍ମ ପରିବାରରେ ଲାଳିତ ପାଳିତ ହୋଇଥିବା ଦିଶାନୀଙ୍କର ପିଲାଟି ଦିନରୁ ଫିଲ୍ମ ପ୍ରତି ଅହେତୁକ ଦୁର୍ବଳତା ରହିଛି ବୋଲି କହିଛନ୍ତି ପିତା ତଥା ଅଭିନେତା ମିଥୁନ ଚକ୍ରବର୍ତ୍ତୀ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.