ଭୁବନେଶ୍ୱର: ଅତୀତରେ କେତେକ ଓଡ଼ିଆ ସିନେମାରେ ଭଣ୍ଡ ବାବା ଚରିତ୍ରରେ ଅନେକ କଳାକାରଙ୍କୁ ଦେଖିବାକୁ ମିଳିଛି। ପୁଣି ଜଣେ ଭଣ୍ଡବାବାଙ୍କ କାହାଣୀ ଉପରେ ଆଧାରିତ ଏକ ଓଡ଼ିଆ ଛବି ଆସୁଛି। ଏହି ଓଡ଼ିଆ ଚଳଚ୍ଚିତ୍ରର ଟାଇଟଲ ହେଲା ‘ବାଜି ବାଜି ବାବାଜୀ’। ଏଥିରେ ଜଣାଶୁଣା ଅଭିନେତା ତଥା ପ୍ରଡକସନ୍ ମ୍ୟାନେଜର୍ ମିଟୁ ମିଥୁନ୍ ଅଛନ୍ତି ସେହି ବାବା ଭୂମିକାରେ । ଏଥିରେ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ନଜର ଆସିବେ ରକ୍ ପାତ୍ର, ରତସୀ, ମୀନକେତନ,ପ୍ରତିଭା ପଣ୍ଡାଏବଂ ବାଦଲ ମହାନ୍ତି ପ୍ରମୁଖ କଳାକାର ।
/sambad/media/post_attachments/wp-content/uploads/2018/09/mitu-300x284.jpg)
ଏହି ଛବିର ନିର୍ଦ୍ଦେଶନା ଦେଇଛନ୍ତି ଅଭିଜ୍ଞ ସହଯୋଗୀ ନିର୍ଦ୍ଦେଶକ ସଂଗ୍ରାମ ମହାନ୍ତି । ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଟି ସୌରୀ । ଆଗରୁ ଏହି ଭଳି କାହାଣୀଉପରେ ଏକ ସିନେମା ରଙ୍ଗୀଲା ବାବା ରିଲିଜ୍ ହୋଇଥିଲା ,ଯେଉଁଥିରେ କୁନା ତ୍ରିପାଠୀ ଭଣ୍ଡ ବାବା ଭୂମିକାରେ ଅଭିନୟ କରିଥିଲେ।ରଙ୍ଗୀଲା ବାବା ର ନିର୍ଦ୍ଦେଶନା ଦେଇଥିଲେ ସଂଜୟ ନାୟକ।ଏଥର ଦର୍ଶକ ଏହି ସିନେମାକୁ କିପରି ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/09/kuna-rangila.jpg)