ଜୟ ଶ୍ରୀରାମ ଶବ୍ଦକୁ ନେଇ ହେଉଥିବା ଭିଡ଼ ହିଂସାକୁ ବନ୍ଦ କରିବା ପାଇଁ ମୋଦୀଙ୍କୁ ଚିଠି ଲେଖିଲେ ୪୯ ସେଲିବ୍ରିଟି

ମୁମ୍ବାଇ : ଦେଶରେ ଭିଡ଼ ହିଂସା ବଢ଼ୁଥିବା ଦେଖି ଭାରତର ସେଲିବ୍ରିଟିମାନେ ଚିନ୍ତା ବ୍ୟକ୍ତ କରିବା ସହ ଏହାକୁ ବନ୍ଦ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠିି ଲେଖିଛନ୍ତି । ପାଖା ପାଖି ୪୯ଜଣ କଳାକାର,ନିର୍ଦ୍ଦେଶକ ଏବଂ ସାମାଜିକ କର୍ମୀମାନେ ମିଶି ଏହି ଚିଠି ମୋଦୀଙ୍କୁ ଲେଖିଛନ୍ତି । ଚିଠିଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଚିଠିରେ ଅଭିନେତ୍ରୀ କୋଙ୍କଣା ସେନ୍‌ଶର୍ମା, ସୌମିତ୍‌ ଚାଟାର୍ଜୀ, ଶ୍ୟାମ ବେନେଗଲ, ଶୁଭ ମୁଦ୍‌ଗଲ, ମଣି ରତ୍‌ନମ, ଅନୁରାଗ କଶ୍ୟପ, ଅପର୍ଣ୍ଣା ସେନ୍‌ଙ୍କ ଭଳି କିଛି ସେଲିବ୍ରିଟିଙ୍କ ହସ୍ତାକ୍ଷର ଥିବା ଦେଖିବାକୁ ମିଳିଛି ।

ଚିଠିରେ, ଜୟ ଶ୍ରୀ ରାମ ଶବ୍ଦ ଏବେ ହିଂସାର କାରଣ ପାଲଟିଛି । ଏହି ଶବ୍ଦକୁ ନେଇ ଦେଶର ଅନେକ ସ୍ଥାନରେ ଭିଡ଼ ହିଂସା ଦେଖିବାକୁ ମିଳୁଛି । ଧର୍ମ ନାଁରେ ଏଭଳି ହେବା ଖୁବ୍‌ ଆଶ୍ଚର୍ଯ୍ୟଜନକ । ରାମ ଶବ୍ଦ ବହୁସଂଖ୍ୟକ ଲୋକଙ୍କ ପାଇଁ ଏକ ପବିତ୍ର ଶବ୍ଦ । ଏହାକୁ ନେଇ ଲୋକଙ୍କୁ ହତ୍ୟା କରାଯିବା ଆଦୌ ଉଚିତ୍‌ ନୁହେଁ । ଏଭଳି ହିଂସାକୁ ତୁରନ୍ତ ରୋକାଯିବା ସହ ଦୋଷୀକୁ କଠୋର ଦଣ୍ଡ ଦିଆଯିବା ଦରକାର ବୋଲି ଲେଖାଯାଇଛି ।

ସମ୍ବନ୍ଧିତ ଖବର