ଫଟୋ ସୁଟ୍‌ କରୁଥିବା ସମୟରେ କଟ୍ରିନାଙ୍କ ଉପରେ ସାର୍କର ହାମ୍‌ଲା

ନୂଆଦିଲ୍ଲୀ: ନିକଟରେ ଖବର ଆସିଛି କି ମଡେଲ କଟ୍ରିନା ଜାରୁଟସ୍କିଙ୍କୁ ଏକ ସାର୍କ ହମ୍‌ଲା କରିଛି। ଏହି ଘଟଣାର କିଛି ଫଟୋ ମଧ୍ୟ ସାମ୍ନାକୁ ଆସିଛି। ଏହି ଫଟୋ ଦେଖିଲେ ଆପଣଙ୍କ ଲୋମମୂଳ ବି ଟାଙ୍କୁରି ଉଠିବ।

ସୂଚନାଯୋଗ୍ୟ, କଟ୍ରିନା ଜାରୁଟସ୍କି ନିଜର ଭେକେସନ୍‌ ଫଟୋ କ୍ଲିକ୍‌ କରୁଥିଲେ। ଏହି ଫଟୋ କ୍ଲିକ୍‌ କରୁଥିବା ସମୟରେ ତାଙ୍କ ଉପରେ ସାର୍କ ଆକ୍ରମଣ କରିଥିଲା। ଏଥିରେ ତାଙ୍କ ଜୀବନପ୍ରତି ବିପଦ ବି ଥିଲା ବୋଲି କୁହାଯାଉଛି। ସେ ମୃତ୍ୟୁକୁ ଅତି ନିକଟରୁ ଦେଖିଥିବା କହିଛନ୍ତି। ଜାରୁଟସ୍କି ଏହି ଫଟୋ ଜରିଆରେ ତାଙ୍କ ଫ୍ୟାନ୍‌ମାନଙ୍କୁ ସେଦିନ ଘଟଣା ବିଷୟରେ ଜଣାଇଛନ୍ତି।

କିଛିଦିନ ତଳେ ସେ ତାଙ୍କ ପରିବାର ଓ ବୟଫ୍ରେଣ୍ଡ ସହିତ ଅଷ୍ଟ୍ରେଲିଆର ଚର୍ଚ୍ଚିତ ବିଚକୁ ଛୁଟି କଟାଇବାକୁ ଯାଇଥିଲେ। ଏଠାରେ ତାଙ୍କୁ ନର୍ସ ସାର୍କ ସହିତ ଏକ ସୁନ୍ଦର ଫଟୋ କ୍ଲିକ୍‌ କରିବାକୁ ଇଚ୍ଛା ହୋଇଥିଲା। ଯେମିତି ହିଁ ଫଟୋ ସୁଟ କରିବା ପାଇଁ ପୋଜ ଦେଇଥିଲେ ହଠାତ୍‌ ସାର୍କ ତାଙ୍କ ଉପରକୁ ହମ୍‌ଲା କରି ହାତକୁ ଟାଣି ଧରି ଥିଲା। କଳେବଳେ କୌଶଳେ ସାର୍କ ହାବୁଡ଼ରୁ ସେ ମୁକୁଳି ଆସିଥିଲେ ସିନା କିନ୍ତୁ ତାଙ୍କ ହାତରେ ଲାଗିଥିଲା ଗଭୀର ଆଘାତ।

ସମ୍ବନ୍ଧିତ ଖବର