କରୋନା ପାଇଁ ସୁଇଜରଲାଣ୍ଡରେ ଫସି ରହିଛନ୍ତି କଣ୍ଠଶିଳ୍ପୀ ମୋନାଲି ଠାକୁର

ମୁମ୍ବାଇ: ଏବେ ସୁଇଜରଲାଣ୍ଡରେ ଫସି ରହିଛନ୍ତି ବଲିଉଡ କଣ୍ଠଶିଳ୍ପୀ ମୋନାଲି ଠାକୁର। ସେଠାରେ ସେ ତାଙ୍କ ପ୍ରେମିକଙ୍କୁ ଭେଟିବାକୁ ଯାଇଥିବା ବେଳେ ଭାରତକୁ ସମସ୍ତ ବିମାନ ଉଡ଼ାଣ ବନ୍ଦ ହୋଇଯିବାରୁ ସେ ଭାରତ ଫେରିପାରି ନାହାନ୍ତି। ଭାରତରେ ଥିବା ତାଙ୍କ ମାତା-ପିତାଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ମୋନାଲି ଚିନ୍ତିତ ଥିବା ବେଳେ ଏକ ଭିଡିଓ ଜାରି କରି ସେ ଲୋକଙ୍କୁ ସତର୍କ କରାଇଥିବା ଦେଖାଯାଇଛି।

ଇନଷ୍ଟାରେ ସେୟାର କରାଯାଇଥିବା ଭିଡିଓରେ ସେ କହିଛନ୍ତି, ମୁଁ ମୋର ସମଗ୍ର ଦେଶ, ଏହାର ଅର୍ଥନୀତି ଏବଂ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ନେଇ ଅତ୍ୟଧିକ ଚିନ୍ତିତ ଅଛି। ମୁଁ ନମ୍ରତାର ସହିତ ସମସ୍ତଙ୍କୁ ଅନୁରୋଧ କରୁଛି କି, ଦୟାକରି ସଚେତନତା ପ୍ରସାର କରନ୍ତୁ ଏବଂ ଏହି ଭୂତାଣୁକୁ ଏକାସାଙ୍ଗରେ ସମଗ୍ର ଜନସମାଜକୁ ବିସ୍ତାର ହେବାକୁ ଦିଅନ୍ତୁ ନାହିଁ। ଲକ୍ଷ ଲକ୍ଷ ଲୋକ ଏକାଠି ଅସୁସ୍ଥ ହୋଇପଡ଼ିବା ଦ୍ୱାରା ଆମର ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଏବଂ ଅର୍ଥନୀତି ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯିବ। ମୁଁ ଆଶା କରୁଛି ଏହି ବିପର୍ଯ୍ୟୟକୁ ରୋକିବାରେ ଆପଣମାନେ ସମସ୍ତେ ଚେଷ୍ଟା କରିବେ।

 

ମୋନାଲିଙ୍କର ଏଭଳି ଭିଡିଓ ଏବେ ଭାଇରାଲ ହେଉଥିବା ଦେଖାଯାଇଛି।

ସମ୍ବନ୍ଧିତ ଖବର