ଲୋକଙ୍କର ରକ୍ତ ପିଉଛନ୍ତି ଏହି ଅଭିନେତ୍ରୀ, ଜାଣନ୍ତୁ କ’ଣ କହିଲେ କାରଣ

ମୁମ୍ବାଇ: ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭନେତ୍ରୀ ମୋନାଲିସା ସର୍ବଦା କୌଣସି ନା କୌଣସି କାରଣକୁ ନେଇ ଚର୍ଚ୍ଚାରେ ଅଛନ୍ତି। ତେଣିକି ସିଏ ତାଙ୍କର ଫିଲ୍ମ ହେଉ ଅବା ନିଜ ହଟ୍‌ ଲୁକ୍‌ ପାଇଁ ହେଉ ପଛକେ ସର୍ବଦା ହିଁ ସେ ଚର୍ଚ୍ଚାରେ ରୁହନ୍ତି। ତେବେ ଅଭିନେତ୍ରୀ ମୋନାଲିସା କିନ୍ତୁ ଅନ୍ୟ ଏକ କାରଣରୁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଆଉ ଏହାର କାରଣ ହେଉଛି ‘ଷ୍ଟାର୍‌ପ୍ଲସ୍‌’ରେ ପ୍ରସାରିତ ହେଉଥିବା ସୋ’ ‘ନଜର’ରେ ଅଭିନେତ୍ରୀ ମୋନାଲିସା ଏକ ଡାହାଣୀ ଚରିତ୍ର ନିଭାଉଛନ୍ତି। ତେବେ କିଛିଦିନ ପୂର୍ବରୁ ଏହି ସୋ’କୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିଲାବେଳେ,ଏବେ ମୋନାଲିସାଙ୍କର ଡାହାଣୀବାଲା ଲୁକ୍‌ ବି ଦର୍ଶକଙ୍କୁ ଖୁବ୍‌ ପସନ୍ଦ ହୋଇଛି।

ଭୋଜପୁରୀ ଅଭିନେତ୍ରୀ ମୋନାଲିସା  ଷ୍ଟାରପ୍ଲସ୍‌ ରେ ପ୍ରସାରିତ ହେଉଥିବା ସୋ’ ‘ନଜର’ରେ ମୋହନା ନାମକ ଏକ ଡ଼ାହାଣୀର ଭୂମିକା ନିଭାଉଛନ୍ତି, ଯେଉଁଥିରେ କି ତାଙ୍କର ଲମ୍ବା ନଖ ସହିତ ଲମ୍ବା ଡାହାଣୀର ଛୋଟ ଏବଂ ଓଲଟା ପାଦକୁ ଦେଖି ଦର୍ଶକ ଭୟଭୀତ ହେଉଛନ୍ତି। ଏଥିସହିତ ସେ ଏହି ସିରିଏଲ୍‌ରେ ଏକ ଶାଢ଼ୀ ପିନ୍ଧିଥିବା ଡାହାଣୀ ଚରିତ୍ରରେ ବି ଖୁବ୍‌ ସୁନ୍ଦର ଦିଶୁଛନ୍ତି।

ଏହି ଅଭିନେତ୍ରୀଙ୍କୁ ଏକ ସାକ୍ଷାତ୍‌କାରରେ ପ୍ରଶ୍ନ କରାଯାଇଥିଲା କି ସେ କାହିଁକି ଏତେ ସୁନ୍ଦର ଦଶୁଛନ୍ତି?ଯାହାର ଉତ୍ତର ଦେବାକୁ ଯାଇ ଏହି ଅଭିନେତ୍ରୀ କହିଛନ୍ତି କି, ସେ ନିଜକୁ ସର୍ବଦା ସୁନ୍ଦର ଓ ଯୁବା ରଖିବାକୁ ଲୋକଙ୍କ ରକ୍ତ ପିଇଥା’ନ୍ତି। ହୁଏତ ଆପଣଙ୍କୁ ଏହାକୁ ଶୁଣି ଆଶ୍ଚର୍ଯ୍ୟ ଲାଗୁଥାଇପାରେ? ତେବେ ଭୟ କରିବାର କିଛି ବି କାରଣ ନାହିଁ । କାହିଁକିନା ପ୍ରକୃତ ଜୀବନରେ ନୁହେଁ ବରଂ ସେ ତାଙ୍କ ଅଭିନୀତ ସିରିଏଲ୍‌ ‘ନଜର୍‌’ରେ ଏପରି କରିଥାଅନ୍ତି ବୋଲି ହସି ହସି ଦର୍ଶକଙ୍କ ଉଦ୍ଦେଶ୍ୟରେ କହିଛନ୍ତି।

ସମ୍ବନ୍ଧିତ ଖବର