ସଲମାନଙ୍କୁ ହତ୍ୟା କରିବାକୁ ଉଦ୍ୟମ କରୁଥିବା ଏହି ଗ୍ୟାଙ୍ଗଷ୍ଟାର୍‌କୁ ପୁଲିସ ଏଭଳି ଭାବେ ଗିରଫ କରିଛି

ନୂଆଦିଲ୍ଲୀ: ହରିୟାଣାର ବିଶେଷ କାର୍ଯ୍ୟବଳ (ଏସଟିଏଫ୍‌) ମୋଷ୍ଟୱାନଟେଡ୍‌ ଗ୍ୟାଙ୍ଗଷ୍ଟାର୍‌ ସମ୍ପତ ନେହେରାକୁୁ ପୁଲିସ ହାଇଦ୍ରାବାଦରୁ ଗିରଫ କରିଛି ।

ପୁଲିସ ସୂତ୍ରରୁ ପ୍ରକାଶ, ୨୮ ବର୍ଷୀୟ ଏହି ଗ୍ୟାଙ୍ଗଷ୍ଟାର୍‌ ବଲିଉଡ୍‌ ଅଭିନେତା ସଲମାନ୍‌ ଖାନଙ୍କୁ ମାରିବାର ପ୍ଲାନିଙ୍ଗ୍‌ କରୁଥିଲା । କିଛି ଦିନ ହେଲା ସମ୍ପତ ମୁମ୍ବାଇ ଯାଇ ସଲମାନ ଏବଂ ତାଙ୍କର ଅଙ୍ଗରକ୍ଷୀଙ୍କର ଗତିବିଧି ଉପରେ ଉପରେ ନଜର ରଖିଥିବା କଥା ପୁଲିସ ବିଶେଷ ସୂତ୍ରରୁ ଜାଣିବାକୁ ପାଇଥିଲା।

ସୂଚନାଯୋଗ୍ୟ, ସମ୍ପତ ବିଶ୍ରୋଇ ସଂପ୍ରଦାୟ ପାଇଁ କାମ କରୁଛି । ଚଳିତବର୍ଷ ଜାନୁଆରୀ ମାସରେ ସଲମାନଙ୍କୁ କୃଷ୍ଣସାର ମୃଗ ହତ୍ୟା ଘଟଣାରେ ଜୀବନରୁ ମାରି ଦେବା ପାଇଁ ଧମକ ଦେଇଥିଲା। ଏହି ଗ୍ୟାଙ୍ଗ୍‌ ସୋସିଆଲ୍‌ ମିଡିଆରେ ମଧ୍ୟ ସକ୍ରିୟ ରହିଥାନ୍ତି । ଖାସ୍‌ କରି ଫେସବୁକ୍‌ ଏବଂ ହ୍‌ୱାଟସଆପରେ। ଗ୍ୟାଙ୍ଗର ଏହି ସଦସ୍ୟ ନେହେରାଙ୍କ ବିରୋଧରେ ହତ୍ୟା, ସୁପାରୀ ଭଳି କେତେକ ଅଭିଯୋଗ ମଧ୍ୟ ରହିଛି । ନେହେରାଙ୍କ ସଲମାନଙ୍କୁ ହତ୍ୟା କରିବା ପରେ ବିଦେଶ ଯିବାକୁ ଯୋଜନା ମଧ୍ୟ ରଖିଥିଲା।

ସମ୍ବନ୍ଧିତ ଖବର