ମାତୃ ଦିବସରେ ବଲିଉଡର ଏହି ମାଆ-ଝିଅ ସବୁଠୁଁ ବେଶୀ ମନେ ପଡ଼ନ୍ତି

ମୁମ୍ବାଇ : ମଇ ୧୩, ଆଜି ହେଉଛି ମାତୃ ଦିବସ। ଆସନ୍ତୁ ନଜର ପକାଇବା ବଲିଉଡର କେତେକ ସଫଳ ମାଆ-ଝିଅଙ୍କ କଥା।

ସୋନି ରାଜ୍‌ଦାନ୍‌ – ଆଲିଆ ଭଟ୍ଟ :- ବ୍ରିଟିଶ ମୂଳର ଭାରତୀୟ ଅଭିନେତ୍ରୀ ହେଲେ ସୋନି ରାଜ୍‌ଦାନ୍‌। ସୋନି ୧୯ଟି ହିନ୍ଦୀ ସିନେମାରେ ଅଭିନୟ କରିଛନ୍ତି। ଅପରପକ୍ଷରେ ଆଲିଆ ଭଟ୍ଟ ‘ଦି ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର୍‌’ ଫିଲ୍ମରୁ କ୍ୟାରିଅର୍‌ ଆରମ୍ଭ କରି ଇତିମଧ୍ୟରେ ୧୦ରୁ ଅଧିକ ସିନେମାରେ କାମ କରିସାରିଲେଣି। ନିକଟରେ ମାଆ-ଝିଅ ସୋନି ଓ ଆଲିଆଙ୍କୁ ମେଘନା ଗୁଲଜାରଙ୍କ ନିର୍ଦ୍ଦେଶିତ ‘ରାଜି’ରେ ଏକାଠି ଦେଖିବାକୁ ମିଳିଛି।

ତନୁଜା – କାଜୋଲ :- ଷାଠିଏ ଓ ସତୁରି ଦଶକର ଲୋକପ୍ରିୟ ନାୟକ ଥିଲେ ତନୁଜା। ସେ ତାଙ୍କର ଲମ୍ବା କ୍ୟାରିଅର୍‌ ଭିତରେ ୧୪୦ଟି ହିନ୍ଦୀ ସିନେମାରେ କାମ କରିଛନ୍ତି। ଠିକ୍‌ ସେହିପରି ତନୁଜାଙ୍କର ବଡ଼ ଝିଅ କାଜୋଲ୍‌ ବଲିଉଡର ଜଣେ ନାମୀ ନାୟିକା। ସେ ବି ବହୁ ହିଟ୍‌ ସିନେମାର ନାୟିକା ବନିଛନ୍ତି।

ବବିତା – କରିସ୍ମା – କରିନା :- ପୁରୁଣା ସମୟର ଜଣାଶୁଣା ନାୟିକା ବବିତାଙ୍କର ଦୁଇଟି ଝିଅ କରିସ୍ମା କପୁର ଓ କରିନା କପୁରଙ୍କ ଲୋକପ୍ରିୟତା ମାଆଙ୍କଠାରୁ ଅଧିକ। କରିସ୍ମା ‘ପ୍ରେମ କୈଦୀ’ରୁ ଆରମ୍ଭ କରି ‘ଡେଂଜରସ୍‌ ଇଶ୍କ’ ଯାଏଁ ବହୁ ଫିଲ୍ମରେ ନାୟିକା ସାଜିଛନ୍ତି। ଅପରପକ୍ଷରେ କରିନା କପୁର ‘ରିଫ୍ୟୁଜି’ରୁ ‘ବୀର ଦା େଓ୍ଵଡିଂ’ ଯାଏଁ ବହୁ ଫିଲ୍ମରେ ନାୟିକା ବନିଛନ୍ତି।

ଅପର୍ଣ୍ଣା ସେନ୍‌ – କୋଙ୍କଣା ସେନ୍‌ :- ବଙ୍ଗଳା ସିନେମା ଜଗତର ଜଣେ ହିଟ୍‌ ଆକ୍‌ଟ୍ରେସ ହେଲେ ଅପର୍ଣ୍ଣା ସେନ୍‌। ସେ ଜଣେ ଫିଲ୍ମ ମେକର ମଧ୍ୟ। ଅପର୍ଣ୍ଣାଙ୍କ ଝିଅ କୋଙ୍କଣା ସେନ୍‌ ବି ମାଆଙ୍କ ପଦାଙ୍କ ଅନୁସରଣ କରି ଅଭିନୟ କ୍ଷେତ୍ରରେ ସଫଳତା ହାସଲ କରିଛନ୍ତି।

ସମ୍ବନ୍ଧିତ ଖବର