‘ଗୋଲ୍‌ଡ’ ନୁହେଁ ମୌନି ରାୟଙ୍କ ପ୍ରଥମ ସିନେମା , ଆଗରୁ ଏହି ସିନେମାରେ ଅଭିଷେକ ବଚ୍ଚନଙ୍କ ସହ କାମ କରିଛନ୍ତି

ମୁମ୍ବାଇ: ଏବେ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି ମୌନି ରାୟ । ନିକଟରେ ଛୋଟ ପରଦାରେ ତାଙ୍କର ପ୍ରଥମ ହିନ୍ଦୀ ସିନେମା ‘ଗୋଲ୍‌ଡ’ ରିଲିଜ୍‌ ହୋଇଥିଲା । ଏଥିରେ ମୌନିଙ୍କୁ ସୁପରଷ୍ଟାର୍‌ ଅକ୍ଷୟ କୁମାରଙ୍କ ବିପକ୍ଷରେ ଦେଖିବାକୁ ମିଳିଥିଲା। ଏହି ପିଲ୍ମଟି ସୁପରହିଟ୍‌ ବି ହୋଇଛି। ମୌନିଙ୍କର ଅଭିନୟରେ ପ୍ରଶଂସା ମଧ୍ୟ କରାଯାଇଛି।
ଯଦି ଆପଣ ଭାବୁଥିବେ ଯେ,ମୌନି ‘ଗୋଲ୍‌ଡ’ ସିନେମାରେ ପ୍ରଥମ ଥର ପାଇଁ ଅଭିନୟ କରିଛନ୍ତି,ତେବେ ତାହା ଆପଣଙ୍କର ଭୁଲ୍‌ ବୋଲି ଧରିବାକୁ ହେବ। ଏହାର କାରଣ ହେଲା ‘ଗୋଲ୍‌ଡ’ପୂର୍ବରୁ ପ୍ରାୟ ୧୪ ବର୍ଷ ତଳେ ମୌନି ଅନ୍ୟ ଏକ ସିନେମାରେ ବି ନଜର ଆସିଛନ୍ତି।
ହଁ ୨୦୦୪ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ରନ୍‌’ରେ ସର୍ବପ୍ରଥମେ ମୌନି ଅଭିନୟ କରିଥିଲେ। ଏଥିରେ ଅଭିଷେକ ବଚ୍ଚନ ଓ ଭୂମିକା ଚାଓ୍ଵଲା ଥିଲେ ନାୟକ-ନାୟିକା ଭୂମିକାରେ। ଏହି ସିନେମାରେ ମୌନିଙ୍କୁ ଏକ ଛୋଟିଆ ଭୂମିକାରେ ଦେଖିବାକୁ ମିଳିଥିଲା। ‘ରନ୍‌’ର ପ୍ରଥମ ଗୀତରେ ଅଭିଷେକ ବଚ୍ଚନଙ୍କ ସହିତ କିଛି ସେକେଣ୍ଡ ଲାଗି ନଜର ଆସିଥିଲେ ମୌନି।


ସେତେବେଳେ ମୌନି ନୂଆ କରି ମୁମ୍ବାଇ ଆସିଥିଲେ। ଅଭିନୟ ପାଇଁ ସଂଘର୍ଷ ଆରମ୍ଭ କରିଥିଲେ। ଏଣୁ ସେ ‘ରନ୍‌’ଫିଲ୍ମ ପାଇଁ ଅଡିସନ୍‌ ଦେଇଥିଲେ ଓ ମନୋନୀତ ମଧ୍ୟ ହୋଇଥିଲେ। ତା’ପରେ ‘ରନ୍‌’ରେ ଛୋଟିଆ ଭୂମିକା କରିବାକୁ ରାଜି ହୋଇଥିଲେ ମୌନି।
ତେବେ ଏହାପରେ ସେ ଟେଲିଭିଜନ୍‌ରେ ନିଜର କ୍ୟାରିଅର୍‌ ଆରମ୍ଭ କରିଥିଲେ। ଦର୍ଶକ ତାଙ୍କୁ ‘କୁଁ କି ଶାଶ୍‌ କି କଭି ବହୂ ଥି’,‘ଦେବୋଁ କା ଦେବ୍‌ ମହାଦେବ୍‌’ ଓ‘ନାଗିନ୍‌-୨’ଆଦି ମେଗା ସିରିଅଲ୍‌ରେ ଦେଖିବାକୁ ପାଇଛନ୍ତି।

ସମ୍ବନ୍ଧିତ ଖବର