ମୌନି ରୟଙ୍କ ଏହି ଦାବି ଶୁଣି କାନମୁଣ୍ଡା ଆଉଁସି ଫେରିଗଲେ ପ୍ରଯୋଜକ!

ମୁମ୍ବାଇ: ମୌନି ରୟ ଅକ୍ଷୟ କୁମାରଙ୍କ ଅପୋଜିଟ୍‌ରେ ସୁପରହିଟ୍‌ ସିନେମା ‘ଗୋଲଡ଼’ରେ ଅଭିନୟ କରି ଖୁବ୍‌ ଲୋକପ୍ରିୟ ହୋଇଛନ୍ତି। ଏବେ ବଲିଉଡରେ ତାଙ୍କର ଚାହିଦା ବଢ଼ିଯାଇଛି। ତାଙ୍କ ହାତରେ ଏବେ ଆହୁରି କେତୋଟି ସିନେମା ଅଛି । ମୌନି ରୟଙ୍କ ଆଗାମୀ ସିନେମା ଭିତରେ ରହିଛି ବ୍ରହ୍ମାସ୍ତ୍ର, ରଏବଂ ମେଡ୍‌ ଇନ୍‌ ଚାଇନା ଆଦି। ହେଲେ ସେ ଜଣେ ପ୍ରଯୋଜକଙ୍କଠାରୁ ଟେଲି ତାରକା ହୀନା ଖାନଙ୍କଠାରୁ ଅଧିକ ପ୍ରାଇସ୍‌ ମାଗି ଅନେକଙ୍କୁ ହତଚକିତ କରିଛନ୍ତି।

ଜଣେ ଓ୍ଵବ୍‌ ସିରିଜ୍‌ ପ୍ରଯୋଜକ ତାଙ୍କର ସିନେମା ଲାଗି ମୌନୀଙ୍କୁ ଅଫର୍‌ ଦେଇଥିଲେ। ସେ ଉକ୍ତ ନିର୍ମାତାଙ୍କୁ କହିଲେ ଯେ ପ୍ରତି ଏପିସୋଡପାଇଁ ନେବେ ତିନି ଲକ୍ଷ ଟଙ୍କା।ତାଙ୍କର ଯୁକ୍ତି ହେଲା ଯେ ଟେଲି ତାରକା ହୀନା ଖାନ ‘କସୌଟି ଜିନ୍ଦେଗୀ କେ’ର ପ୍ରତି ଏପିସୋଡ୍‌ ଲାଗି ନେଉଛନ୍ତି ଅଢ଼େଇ ଲକ୍ଷ ଟଙ୍କା। ଏଣୁ ସେ ବା କାହିଁକି ତିନି ଲକ୍ଷ ଟଙ୍କା ନ ନେବେ। ଏକଥା ଶୁଣି ପ୍ରଯୋଜକଜଣକ କାନମୁଣ୍ଡା ଆଉଁସି ଫେରିଗଲେ।

ସମ୍ବନ୍ଧିତ ଖବର