ସଲମାନଙ୍କ ପାଇଁ ବଲିଉଡ୍‌ରେ ଏଣ୍ଟ୍ରି ମିଳିଥିବା କଥାକୁ ଅସ୍ୱୀକାର କଲେ ଅଭିନେତ୍ରୀ ମୌନୀ ରଏ, କିଛି ଏମିତି ଥିଲା ତାଙ୍କ ଜବାବ୍‌

ମୁମ୍ବାଇ : ଧାରାବାହିକ ‘ନାଗିନ୍‌’ରେ ଅଭିନୟ କରି ଚର୍ଚ୍ଚିତ ହୋଇଥିବା ଅଭିନେତ୍ରୀ ମୌନୀ ରଏ ଏବେ ବଲିଉଡ୍‌ରେ ପାଦ ରଖିଛନ୍ତି । ତାଙ୍କ ଅଭିତୀତ ପ୍ରଥମ ଫିଲ୍ମ ‘ଗୋଲ୍‌ଡ’ ଏବେ ରିଲିଜ୍‌ ଅପେକ୍ଷାରେ। ଏହି ଫିଲ୍ମରେ ତାଙ୍କ ସହ ସ୍କ୍ରିନ୍‌ ସେୟାର କରିଛନ୍ତି ଅକ୍ଷୟ କୁମାର । ତେବେ ଫିଲ୍ମକୁ ନେଇ ସେ ଯେତିକି ଚର୍ଚ୍ଚାରେ ନାହାନ୍ତି ତା’ଠାରୁ ବଲିଉଡ୍‌ରେ ଏଣ୍ଟ୍ରିକୁ ନେଇ ଅଧିକ ଚର୍ଚ୍ଚିତ ଅଛନ୍ତି ବୋଲି ଜଣାପଡ଼ିଛି । ବଲିଉଡ୍‌ରେ ଫିଲ୍ମ କରିବା ପରେ କିଛି ଲୋକ ସଲମାନଙ୍କ ପାଇଁ ଏହା ସମ୍ଭବ ହୋଇଥିବା କହିବା ଆରମ୍ଭ କରିଥିଲେ । ତେବେ ଫିଲ୍ମର ପ୍ରମୋସନ ସମୟରେ ସେ ଏହାକୁ ଅସ୍ୱୀକାର କରିଛନ୍ତି ।

Catch News

ମୌନୀ କହନ୍ତି, ‘ଫିଲ୍ମ ମୋତେ କେମିତି ମିଳିଛି ତାହା ଆପଣଙ୍କୁ ଫିଲ୍ମ ପ୍ରଯୋଜକ ରିତେଶ ସିଧ୍‌ଓ୍ଵାନି ହିଁ କହି ପାରିବେ । କିନ୍ତୁ ମୁଁ ଆପଣଙ୍କୁ କହି ରଖୁଛି କି ମୋର ବଲିଉଡ୍‌ରେ ପ୍ରବେଶ କରିବାରେ ସଲମାନଙ୍କର କୌଣସି ହାତ ନାହିଁ । ୧୦ବର୍ଷ ଅଭିନୟ କରିବା ସହ ମୁଁ ଜଣେ ବଙ୍ଗୀୟା ହିସାବରେ କ’ଣ ପରଦାରେ ବଙ୍ଗୀୟା ଚରିତ୍ର କରି ପାରିବି ନାହିଁ । ମୁଁ ସଲମାନଙ୍କର ଜଣେ ବଡ଼ ପ୍ରଶଂସକ । କିନ୍ତୁ ତା’ମାନେ ନୁହଁ କି ତାଙ୍କ ନାଁକୁ ବ୍ୟବହାର କରି ମୁଁ ଫିଲ୍ମ କରିବି । ମିଡ଼ିଆ କେବେ ହେଲେ ମୋ ଅଭିନୟ ଏବଂ ଭାବମୂର୍ତ୍ତିକୁ ଭଲ ଭାବରେ ଦେଖାଇ ନାହିଁ।’

ସମ୍ବନ୍ଧିତ ଖବର