ଚଳିତ ଏପ୍ରିଲ ମାସରେ ଇତି ମଧ୍ୟରେ ଦୁଇଟି ଓଡ଼ିଆ ଛବି ପରଦାକୁ ଆସିସାରିଛି । ଏହି ଦୁଇଟି ସିନେମା ହେଲା ‘ଓଲେ ଓଲେ ଦିଲ ବୋଲେ’ ଓ ‘ଦିଓ୍ଵାନା ହେଲି ତୋ’ ପାଇଁ’। ଉଭୟ ସିନେମା ଗତ ୧୩ ତାରିଖରେ ରିଲିଜ ହୋଇଛି।
/sambad/media/post_attachments/wp-content/uploads/2018/04/Jogi_Odia-Movie_2.jpg)
ଏବେ ପୁଣି ଦୁଇଟି ଓଡ଼ିଆ ସିନେମା ପରଦାକୁ ଆସୁଥିବା ଜଣାଯାଉଛି । ଏହି ଫିଲ୍ମ ମଧ୍ୟରୁ ଗୋଟିଏ ଏଇ ୨୦ ତାରିଖରେ ମୁକ୍ତିଲାଭ କରିବ ଓ ଅନ୍ୟଟି ୨୭ ତାରିଖରେ ପରଦାକୁ ଆସିବ । ଏଇ ୨୦ ତାରିଖରେ ଯେଉଁ ଓଡିଆ ଫିଲ୍ମ ରିଲିଜ ହେବ ତାହାର ଟାଇଟଲ୍ ହେଲା ‘ଯୋଗୀ’ । ଶ୍ରୀଧର ମାର୍ଥାଙ୍କ ପ୍ରଯୋଜିତ ତଥା ନିରଂଜନ ବେହେରାଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ବିଜୟ ମହାନ୍ତି, ସ୍ମିତା ମହାନ୍ତି, ହର ରଥ, ଜୟୀରାମ ସାମଲ, ଶ୍ୟାମନ୍ଦେନ୍ଦୁ, ଅରବିନ୍ଦ, ମନୋଜ ମିଶ୍ର, ନବାଗତ ଆର୍ଯ୍ୟନ ଦାଶ ଓ ନିକିତା ମୁଖ୍ୟଭୂମିକାରେ ଅଭିନୟ କରିଛନ୍ତି । ଡ. ରଜନୀରଂଜନ ଏହାର ସଂଳାପକାର ଓ ଦୀପକ କୁମାର ସଙ୍ଗୀତ ନିର୍ଦ୍ଦେଶକ ।
ଅପର ପକ୍ଷରେ ଏପ୍ରିଲ ୨୭ରେ ପରଦାକୁ ଆସିବ ‘ଶକ୍ତି’ । ସୁଧାକର ବସନ୍ତଙ୍କ ନିର୍ଦ୍ଦେଶିତ ଏହି ରୋମାଣ୍ଟିକ ଆକସନ୍ ମୁଭିରେ ନବାଗତ କରଣ, ସୂରମୟୀ, ମିହିର ଦାସ, ଉତ୍ତମ ମହାନ୍ତି ଓ ପିଣ୍ଟୁ ନନ୍ଦ ପ୍ରମୁଖ ମୁଖ୍ୟଭୂମିକାରେ ଅଛନ୍ତି । ଏହି ସିନେମାରେ ସଂଳାପ ଲେଖିଛନ୍ତ ରଣଜିତ ପଟ୍ଟନାୟକ । ଅଭିଜିତ୍ ମଜୁମଦାର ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ।
ଏଠାରେ ସୂଚନାଯୋଗ୍ୟ ଯେ ଉଭୟ ସିନେମାର ସେନସର୍ ସରିଯାଇଛି । ତା’ ସାଙ୍ଗକୁ ଅଡିଓ ରିଲିଜ୍ ବି ହୋଇସାରିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/04/Jogi-Shakti_Movie_Thumbnail.jpg)