ବଲିଉଡ୍‌କୁ ଆସିବା ପୂର୍ବରୁ ପେଟ୍ରୋଲ ପମ୍ପରେ କାମ କରୁଥିଲେ ଏହି ନାୟିକା, ପ୍ରତିଦିନର ରୋଜଗାର ଥିଲା ୧୦୦ ଟଙ୍କା

ମୁମ୍ବାଇ: ବଲିଉଡ୍‌କୁ ଆସିବା ପୂର୍ବରୁ ସବୁ କଳାକାରମାନଙ୍କର କିଛି ନା କିଛି ସଂଘର୍ଷମୟ ଜୀବନ ରହିଥିବା ଦେଖା ଯାଇଛି । କେହି ହୋଟେଲରେ କାମ କରୁଥିଲା ତ କିଏ ପେଟ୍ରୋଲ ପମ୍ପରେ । ବଲିଉଡ୍‌ କଳାକାରଙ୍କର ଏମିତି କିଛି ସଂଘର୍ଷମୟ କାହାଣୀ ବିଷୟରେ ଆମେ ଆଗରୁ ଜଣାଇଛୁ । ଆଜି ବି ସେମିତି ଜଣେ ଅଭିନେତ୍ରୀଙ୍କ ବିଷୟରେ ଆମେ ଜଣାଇବାକୁ ଯାଉଛୁ । ଯିଏକି ଫିଲ୍ମ ‘ଫ୍ୟାସ୍‌ନ’ ଜରିଆରେ ବଲିଉଡ୍‌କୁ ଏଣ୍ଟ୍ରି କରିଥିଲେ । ଏହି ଫିଲ୍ମରେ ତାଙ୍କର ଅଭିନୟକୁ ଖୁବ୍‌ ପ୍ରଶଂସା କରାଯାଇଥିବା ବେଳେ ଏହି ଫିଲ୍ମ ପରେ ତାଙ୍କୁ କିଛି ଫିଲ୍ମରେ ମଧ୍ୟ ଦେଖା ଯାଇଥିଲା । ତେବେ ସେ ଅଭିନେତ୍ରୀ ଜଣଙ୍କ ହେଉଛନ୍ତି ମୁଗ୍ଧା ଗୋଡ଼୍‍ସେ ।

Life ‘N’ Lesson

ଆଜ୍ଞା ହଁ ! ଫିଲ୍ମ ଫ୍ୟାସନରୁ ନିଜର କ୍ୟାରିୟର ଆରମ୍ଭ କରିଥିବା ମୁଗ୍ଧା ଦିନେ ପେଟ୍ରୋଲ ପମ୍ପରେ କାମ କରୁଥିଲେ । ପ୍ରତିଦିନ ଖର୍ଚ୍ଚ ପାଇଁ ସେ ସେଠାରେ କାମ କରୁଥିବା ବେଳେ ଦୈନିକ ତାଙ୍କୁ ଏଥି ପାଇଁ ୧୦୦ଟଙ୍କା ମିଳୁଥିଲା । ପେଟ୍ରୋଲ ପମ୍ପରୁ ମିଳୁଥିବା ଟଙ୍କା ନେଇ ସେ ନିଜ ଜିମ୍‌ର ଦେଉଥିଲେ ।  ସେ ସମୟରୁ ହିଁ ସେ ମଡ଼େଲିଂ ଆରମ୍ଭ କରିଥିବା ବେଳେ ଶେଷରେ ଗ୍ଲାଡ଼୍‍ଡ଼୍ରାଗ୍‌ସ ମେଗା ମଡ଼େଲ ହଣ୍ଟ ଭଳି ପ୍ରତିଯୋଗିତା ସେ ଜିତି ପାରିଥିଲେ । ଯାହା ପରେ ତାଙ୍କ ଭାଗ୍ୟ ଖୋଲିବା ଆରମ୍ଭ ହୋଇଥିଲା । ୨୦୦୪ରେ ସେ ବଲିଉଡ୍‌ରେ ନିଜ ଭାଗ୍ୟ ପରୀକ୍ଷା କରିବା ପାଇଁ ମୁମ୍ବାଇରେ ଆସି ପହଞ୍ଚିଥିଲେ । ଯାହା ପରେ ତାଙ୍କୁ ଫିଲ୍ମ ‘ଫ୍ୟାସନ’ରେ କାମ କରିବାର ସୁଯୋଗ ମିଳିଥିଲା ।

ସମ୍ବନ୍ଧିତ ଖବର