ଏହି କାରଣରୁ ସବୁଦିନ ପାଇଁ ବନ୍ଦ ହୋଇ ଯାଇଥିଲା ଧାରାବାହିକ ଶକ୍ତିମାନ, ୧୪ବର୍ଷ ପରେ ଜଣାଇଲେ ମୁକେଶ ଖାନ୍ନା

ମୁମ୍ବାଇ : କେବଳ ୯୦ଦଶକରେ ଜନ୍ମ ହୋଇଥିବା ପିଲାମାନେ ହିଁ ଶକ୍ତିମାନର ଗୁରୁତ୍ୱ ବୁଝି ପାରିବେ । ସେ ସମୟରେ ଅନେକ ସ୍ଥାନରେ ଟିଭିର ସୁବିଧା ନଥାଇ ମଧ୍ୟ ଗୋଟେ ଟିଭି ଆଗରେ ବସି ପିଲାମାନେ ଶକ୍ତିମାନ ଦେଖୁଥିଲେ । ୧୯୯୭-୨୦୦୫ ପର୍ଯ୍ୟନ୍ତ ଏହି ଧାରାବାହିକ ଚାଲିଥିବା ବେଳେ ପରେ ବନ୍ଦ ହୋଇ ଯାଇଥିଲା । କିନ୍ତୁ ଏବେ ବି ପିଲାମାନଙ୍କ ମନରେ ଶକ୍ତିମାନ ନିଜର ଛାପ ଛାଡ଼ି ଯାଇଛି । ଏହାର ଦ୍ୱିତୀୟ ଭାଗ ଆଣିବା ପାଇଁ ମଧ୍ୟ ଯୋଜନା ଆରମ୍ଭ ହୋଇଛି । ତେବେ ବନ୍ଦ ହେବାର ୧୪ବର୍ଷ ପରେ ଶକ୍ତିମାନ ଭୂମିକାରେ ନଜର ଆସିଥିବା ମୁକେଶ ଖାନ୍ନା ବନ୍ଦ ହେବାର କାରଣ ଜଣାଇଛନ୍ତି ।

Shaktimaan
amarujala.com

ତାଙ୍କ କହିବା ଅନୁଯାୟୀ, ସେ ସମୟରେ ଧାରାବାହିକକୁ ପ୍ରାୟୋଜନ କରିବାକୁ ପଡ଼ୁଥିବା ବେଳେ ବିଜ୍ଞାପନରୁ ହିଁ ଆମର ଆୟ ହେଉଥିଲା । ସୋ’ ପାଇଁ ଆମକୁ ଦୁରଦର୍ଶନକୁ ୩.୮୦ଲକ୍ଷ ଟଙ୍କା ଦେବାକୁ ପଡ଼ୁଥିଲା । ପରେ ଶକ୍ତିମାନ ଅଧିକ ଲୋକପ୍ରିୟ ହେଉଥିବା ଦେଖି ଶନିବାର ଓ ମଙ୍ଗଳବାର ବ୍ୟତିତ ରବିବାର ସ୍କୁଲ ଛୁଟି ରହୁଥିବାରୁ ରବିବାର ଦିନ ମଧ୍ୟ ପ୍ରସାରିତ କରିବାକୁ ଦୁରଦର୍ଶନ ମୋତେ ପ୍ରସ୍ତାବ ଦେଇଥିଲା । ଏହା ପରେ ୩ଦିନ ପ୍ରସାରଣ ହେବାରୁ ମୋତେ ୭.୮୦ଲକ୍ଷ ଟଙ୍କା ଦୁରଦର୍ଶନକୁ ଦେବାକୁ ପଡ଼ିଲା । ପରେ ଧାରାବାହିକର ୧୦୪ଟି ଅଧ୍ୟାୟ ହେବା ଦେଖି ଦୂରଦର୍ଶନ ପକ୍ଷରୁ ମୋତେ ୧୦.୮୦ଲକ୍ଷ ମଗା ଗଲା । ଏହା ପରେ ସେ ଏହାକୁ ୧୦ରୁ ୧୬ଲକ୍ଷ କରିବାକୁ ଚିନ୍ତା କରୁଥିବା ଜାଣି ମୁଁ ତାହାକୁ ବିରୋଧ କରିଥିଲି । କିନ୍ତୁ ସେମାନେ ମୋ କଥା ନ ଶୁଣିବାରୁ ମୁଁ ବାଧ୍ୟ ହୋଇ ଶକ୍ତିମାନକୁ ବନ୍ଦ କରିବାକୁ ଚିନ୍ତା କରିଥିଲି ।

ସମ୍ବନ୍ଧିତ ଖବର