ସଲମାନଙ୍କ ଜୀବନ ପ୍ରତି ବିପଦ; ସୁରକ୍ଷା ବଢ଼ାଇଲା ମୁମ୍ବାଇ ପୁଲିସ

ମୁମ୍ବାଇ : ହରିୟାଣା ପୁଲିସର ସ୍ପେଶାଲ ଟାସ୍କ ଫୋର୍ସ ବଲିଉଡ଼୍‍ ଅଭିନେତା ସଲମାନ ଖାନ୍‌ଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ଚେତାବନୀ ଦେବା ପରେ ମୁମ୍ବାଇ ପୁଲିସ ଏବେ ତାଙ୍କ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଥିବା ଜଣା ପଡ଼ିଛି । ସଲମାନଙ୍କୁ ହତ୍ୟା କରିବା ପାଇଁ ଯୋଜନା ଆରମ୍ଭ ହୋଇଥିବାରୁ ପୂର୍ବ ଅପେକ୍ଷା ଏବେ ତାଙ୍କର ସୁରକ୍ଷା ପାଇଁ ଅଧିକ ପୁଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଛି । ସଲମାନଙ୍କ ସବୁଠାରୁ ବଡ଼ ଶତ୍ରୁ ବୋଲି କୁହାଯାଉଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇ କୃଷ୍ଣସାର ମୃଗ ହତ୍ୟା ମାମଲାକୁ ନେଇ ସଲମାନଙ୍କୁ ଜୀବନରୁ ମାରିବାକୁ ଆଗରୁ ଅନେକ ଥର ଚେଷ୍ଟା କରି ସାରିଥିବା ବେଳେ ଏବେ ପୁଣି ଥରେ ହତ୍ୟା ଯୋଜନା ପ୍ରସ୍ତୁତ କରୁଥିବା ଜଣାପଡ଼ିଛି ।

Mid-Day

ଏହି ସୂଚନା ଗିରଫ ହୋଇଥିବା ଲରେନ୍ସଙ୍କ ବନ୍ଧୁ ସମ୍ପତ ନେହରା ପୁଲିସକୁ ଦେଇଥିବା ସୂଚନା ମିଳିଛି । ନେହରା କିଛି ମାସ ପୂର୍ବରୁ ସଲମାନଙ୍କ ଗତବିଧି ଉପରେ ନଜର ରଖିବା ସହ ତାଙ୍କୁ ହତ୍ୟା କରିବାର ଯୋଜନା ତିଆରି କରିଥିଲା । କିନ୍ତୁ ଏହା ଜାଣି ପାରି ତାକୁ ଗତ ବୁଧବାର ଗିରଫ କରିଥିଲା ହରିୟାଣା ପୁଲିସ । ନେହ୍‌ରା ଏବେ ପୁଲିସ ହେପାଜତରେ ଥିଲେ ହେଁ ତାଙ୍କ ସହଯୋଗୀମାନେ ଏବେ ମଧ୍ୟ ସଲମାନଙ୍କୁ ମାରିବା ପାଇଁ ଯୋଜନା ତିଆରି କରି ଚାଲିଛନ୍ତି । ଏ ବିଷୟରେ ହରିୟାଣା ପୁଲିସ ମୁମ୍ବାଇ ପୁଲିସକୁ ସୂଚନା ଦେବା ପରେ ମୁମ୍ବାଇ ପୁଲିସ ଏବେ ଅଭିନେତାଙ୍କ ସୁରକ୍ଷା ବ୍ୟବସ୍ଥା କଡ଼ା କଡ଼ି କରିଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର