ବଲିଉଡ୍‌ ଅଭିନେତ୍ରୀଙ୍କୁ ବିମାନରେ ଅସଦାଚରଣ ଘଟଣା : ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କଲା ପୁଲିସ

ମୁମ୍ବାଇ : ଆଠ ମାସ ପୂର୍ବରୁ ଦଙ୍ଗଲ ଗର୍ଲ ଜାଇରା ଓ୍ଵାସିମ୍‌ ଦିଲ୍ଲୀରୁ ମୁମ୍ବାଇକୁ ଯାତ୍ରା କରୁଥିବା ସମୟରେ ବିମାନରେ ଅସଦାଚରଣର ଶିକାର ହୋଇଥିବା ଅଭିଯୋଗ କରିଥିଲେ । ଏ ନେଇ ଜାଇରା ପୁଲିସରେ ଅଭିଯୋଗ କରିବା ପରେ ଅଭିଯୁକ୍ତ ବିକାଶ ସଚ୍‌ଦେବାଙ୍କୁ ଗିରଫ କରାଯାଇଥିଲା । କିନ୍ତୁ ପରେ ତାଙ୍କୁ ଜାମିନ୍‌ ମିଳିବାରୁ ସେ ବାହାରକୁ ଆସିଥିଲେ । ଏବେ ୮ମାସ ପରେ ମୁମ୍ବାଇ ପୁଲିସ ଅଭିଯୁକ୍ତଙ୍କ ବିରୋଧରେ ଅଦାଲତରେ ଚାର୍ଜସିଟ୍‌ ଦାଖଲ କରିଥିବା ଜଣାପଡ଼ିଛି ।

News Nation

ସୂଚନା ମୁତାବକ, ନ୍ୟାସ୍‌ନାଲ ଆଓ୍ଵାର୍ଡ଼ ବିଜେତା ଜାଇରା ବିମାନରେ ଯାତ୍ରା କରୁଥିବା ସମୟରେ ବିକାଶ ତାଙ୍କ ପଛପଟେ ବସିଥିଲେ । ବିମାନ ମଧ୍ୟରେ ସମସ୍ତେ ଶୋଇ ଯାଇଥିବା ବେଳେ ବିକାଶ ଏହାର ଲାଭ ଉଠାଇ ଜାଇରାଙ୍କୁ ପଛପଟୁ ନିଜ ଗୋଡ଼ରେ ଛୁଇଁବାକୁ ଲାଗିଥିଲେ । ଏ ଘଟଣା ପରେ ଜାଇରା ପୂରା ଘଟଣା ବିଷୟରେ କହି ଏକ ଭିଡ଼ିଓ ତିଆରି କରିବା ସହ ତାହାକୁ ସୋସିଆଲ ମିଡ଼ିଆରେ ଛାଡ଼ିଥିଲେ । ଏହା ପରେ ଏ ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା ।

ସମ୍ବନ୍ଧିତ ଖବର