ଗଞ୍ଜେଇ ଉପରେ ଲାଗିଥିବା ଆଇନଗତ କଟକଣାକୁ ଉଠାଇବା ପାଇଁ କହିଲେ ବଲିଉଡ଼୍‍ ଅଭିନେତା ଉଦୟ ଚୋପ୍ରା, ଟ୍ଵିଟ୍‌ କରି ମୁମ୍ବାଇ ପୁଲିସ ଦେଲା ଏଭଳି ଜବାବ…

ମୁମ୍ବାଇ: ବଲିଉଡ୍‌ର ଫ୍ଲପ୍‌ ଅଭିନେତା ଭାବରେ ଜଣା ଯାଉଥିବା ଉଦୟ ଚୋପ୍ରା ଏବେ ନିଜେ କରିଥିବା ଏକ ଟ୍ଵିଟ୍‌କୁ ନେଇ ସୋସିଆଲ ମିଡ଼ିଆରେ ଟ୍ରୋଲ ହୋଇଥିବା ଦେଖାଯାଇଛି । ସେ କରିଥିବା ଟ୍ଵିଟ୍‌କୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ମୁମ୍ବାଇ ପୁଲିସ ଏହି ଟ୍ଵିଟ୍‌ର କଡ଼ା ଜବାବ୍‌ ଦେଇଥିବା ଦେଖା ଯାଇଛି ।

ସୂଚନା ମୁତାବକ,ଅଭିନେତା ଉଦୟ ଚୋପ୍ରା ଏକ ଟ୍ଵିଟ୍‌ କରି ଭାରତରେ ଗଞ୍ଜେଇ ଉପରୁ ଆଇନଗତ କଟକଣା ଉଠାଇବା ନିହାତି ଦରକାର । ଗଞ୍ଜେଇ ଅନେକ ପ୍ରକାରର ରୋଗ ଦୂର କରିଥାଏ । ଏହା ସହ ଗଞ୍ଜେଇ ଉପରୁ ଆଇନଗତ କଟକଣା ଉଠାଯାଇ ସେଥିରେ ଟ୍ୟାକ୍ସ ଲଗାଗଲେ ଆୟ କର ଆକାରରେ ସରକାରଙ୍କୁ ଭଲ ଆୟ ମିଳି ପାରିନ୍ତା ବୋଲି ଉଦୟ ଟ୍ଵିଟ୍‌ କରିଥିଲେ । ଉଦୟଙ୍କ ଏହି ଟ୍ଵିଟ୍‌ର ଜବାବ୍‌ ଦେଇ ସାର୍‌, ଭାରତର ନାଗରିକ ହିସାବରେ ଆପଣଙ୍କର ସାର୍ବଜନୀନ ମଞ୍ଚରେ ନିଜର ମତ ବ୍ୟକ୍ତ କରିବାର ସଂପୂର୍ଣ୍ଣ ଅଧିକାର ରହିଛି । କିନ୍ତୁ କହିବା ପୂର୍ବରୁ ମନେ ରଖନ୍ତୁ ଏବେ ବି ଗଞ୍ଜେଇ ବିକ୍ରି କରିବା, ସେବନ କରିବା ବା ପରିବହନ କରିବା ନାର୍‌କୋଟିକ୍‌ ଡ଼୍ରଗ୍ସ ଆଣ୍ଡ ସାଇକୋଟ୍ରପିକ୍‌ ସବ୍‌ଷ୍ଟାନ୍ସ ଆକ୍ଟ ୧୯୮୫ ଅନୁଯାୟୀ ଦଣ୍ଡନୀୟ ଆଟେ ବୋଲି ମୁମ୍ବାଇ ପୁଲିସ ଟ୍ଵିଟ୍‌ କରିଥିବା ଦେଖା ଯାଇଛି ।

ସମ୍ବନ୍ଧିତ ଖବର