ଟ୍ରାଫିକ୍‌ ନିୟମ ଉଲ୍ଲଙ୍ଘନ ଅଭିଯୋଗ କରି ସୋନମ କପୁର୍‌ଙ୍କ ବିରୋଧରେ ଟୁଇଟ୍‌ କଲା ମୁମ୍ବାଇ ପୁଲିସ୍‌, ଜବାବରେ ସୋନମ କହିଲେ ଏପରି କିଛି

ମୁମ୍ବାଇ : ଅଭିନେତ୍ରୀ ସୋନମ କପୁର ଏବେ ନିଜ ଫିଲ୍ମ ‘ଦ ଜୋୟା ଫ୍ୟାକ୍ଟର’ର ସୁଟିଂକୁ ନେଇ ବ୍ୟସ୍ତ ରହୁଛନ୍ତି । ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ଅଭିନୟ କରିଛନ୍ତି ଦଲକିର୍‌ ସଲମାନ । ତେବେ, ଦୁହେଁ ଫିଲ୍ମର ସୁଟିଂ କରୁଥିବା ବେଳେ ଏକା ସାଙ୍ଗରେ କାର୍‌ରେ ଯାଉଥିବା ଦେଖାଯାଇଥିଲାା ସଲମାନ ଷ୍ଟିୟରିଂ ଛାଡ଼ି ଗାଡ଼ି ଚଳାଉଥିବା ବେଳେ ସେ ସମୟର ଦୃଶ୍ୟକୁ ନିଜ ଫୋନରେ ରେକର୍ଡ କରୁଥିଲେ ସୋନମ । ଏହି ଭିଡିଓଟିକୁ ସୋନମ ନିଜ ସୋସିଆଲ ମିଡିିଆ ଆକାଉଣ୍ଟରେ ପୋଷ୍ଟ କରିବା ପରେ ମୁମ୍ବାଇ ପୁଲିସ ଏହାକୁ ନେଇ ନିଜ ପ୍ରତିକ୍ରିୟା ରଖିଛି।

“ଗାଡ଼ି ଚଳାଇବା ସମୟରେ ଏଭଳି କାମ କରି ନିଜର ଏବଂ ରାସ୍ତାରେ ଯାତ୍ରା କରୁଥିବା ଲୋକଙ୍କ ଜୀବନ ବିପଦରେ ପକାଇବା ରିଲ୍‌ ଲାଇଫ୍‌ରେ ମଧ୍ୟ ଆଦୌ ଗ୍ରହଣୀୟ ନୁହେଁ” ବୋଲି ମୁମ୍ବାଇ ପୁଲିସ୍‌ ଅଫିସିୟାଲ୍‌ ଟୁଇଟର୍‌ ଆକାଉଣ୍ଟ୍‌ରେ ଲେଖିଛି।

ଯାହାର ଯବାବରେ,”ଆମେ ଗାଡ଼ି ଚଳାଉ ନଥିଲୁ । ଆମ ଗାଡ଼ିଟି ଏକ ଟ୍ରକ୍‌ରେ ବନ୍ଧା ହୋଇଥିଲା । କିନ୍ତୁ ମୁଁ ଖୁସି କି, ଆପଣମାନେ ଏତେ ଚିନ୍ତିତ । ମୋର ବିଶ୍ୱାସ ଏବଂ ମୁଁ ଜାଣିଛି, ଏଭଳି ଚିନ୍ତା ଆପଣ ନିୟମିତ ଯାତ୍ରା କରୁଥିବା ଲୋକମାନଙ୍କ ପାଇଁ ମଧ୍ୟ କରିବେ” ବୋଲି ଲେଖିଥିଲେ ସୋନମ କପୁର ।

ସମ୍ବନ୍ଧିତ ଖବର