ଶିବସେନାରେ ଯୋଗ ଦେଲେ ସଲମାନ ଖାନ୍‌ଙ୍କ ଅଙ୍ଗରକ୍ଷୀ ଶେରା

ମୁମ୍ବାଇ : ଶୁକ୍ରବାର ବଲିଉଡ୍‌ ଅଭିନେତା ସଲମାନ ଖାନ୍‌ଙ୍କ ଅଙ୍ଗରକ୍ଷୀ ଭାବେ କାମ କରୁଥିବା ଶେରା ଶିବସେନାରେ ଯୋଗ ଦେଇଥିବା ଜଣା ପଡ଼ିଛି । ଏହି ସମୟରେ ଶିବସେନାର ଅଧ୍ୟକ୍ଷ ଉଦ୍ଧବ ଠାକ୍‌ରେ ଓ ତାଙ୍କ ପୁଅ ଆଦିତ୍ୟ ଠାକ୍‌ରେ ଉପସ୍ଥିତ ରହିଥିବା ଦେଖାଯାଇଥିଲା । ଶେରା ମାତୋଶ୍ରୀ ନିବାସରେ ପହଞ୍ଚିଥିବା ବେଳେ ସେଠାରେ ତାଙ୍କୁ ଦଳରେ ସାମିଲ କରାଯାଇଥିଲା । ଏ ନେଇ ଶିବସେନା ପକ୍ଷରୁ ଏକ ଟୁଇଟ୍‌ କରାଯିବା ପରେ ଖବରଟି ସାମ୍ନାକୁ ଆସିଛି ।

ଟୁଇଟ୍‌ରେ ଲେଖାଯାଇଛି କି, ଅଭିନେତା ସଲମାନ ଖାନ୍‌ଙ୍କ ନିଷ୍ଠାବାନ ଓ ଅତି ବିଶ୍ୱସ୍ତ ଅଙ୍ଗରକ୍ଷୀ ଗୁର୍‌ମିତ୍‌ ସିଂହ ଓରଫ ଶେରା ଆଜି ମାତୋଶ୍ରୀରେ ପହଞ୍ଚିଥିଲେ । ଶିବସେନାର ଅଧ୍ୟକ୍ଷ ଉଦ୍ଧବ ଠାକ୍‌ରେ ଓ ଯୁବ ସେନାର ଅଧ୍ୟକ୍ଷ ଆଦିତ୍ୟ ଠାକ୍‌ରେଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଥିଲେ । ଆଗକୁ ମହାରାଷ୍ଟ୍ରରେ ନିର୍ବାଚନ ହେବାକୁ ଥିବା ବେଳେ ଶେରା ପ୍ରାର୍ଥୀଭାବେ ଲଢ଼ି ପାରନ୍ତି ବୋଲି ଆଶା କରାଯାଉଛି ।

ସମ୍ବନ୍ଧିତ ଖବର