ଆର ବର୍ଷ ଆସିବେ ଏହି ନୂଆ ଯୋଡି

ଆର ବର୍ଷ ଏକ ନୂଆ ଯୋଡି ପରଦାକୁ ଆସିବା ଏକ ପ୍ରକାରର ଥୟ। ଏହି ଯୋଡି ନାୟିକା ହେଲେ ରୀୟା ଦେ। ଆଉ ତାଙ୍କର ଯୋଡିଦାର ହେଲେ ଜଣେ ନବାତ। ନାଆଁ ତାଙ୍କର ମୁନ୍ନା। ହଁ ଯେଉଁ ସିନେମାରେ ମୁନ୍ନା-ରୀୟା ଯୋଡିଙ୍କୁ ଦେଖିବାକୁ ମିଳିବ ତାହାର ଟାଇଟଲ ହେଲା ‘ଦିଓ୍ଵାନା ହେଲି ତୋ’ ପାଇଁ’। ଏହାର ନିର୍ଦ୍ଦେଶକ ହେଲେ ଶ୍ରୀତମ୍‌ ଦାସ।

ଏଠାରେ ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ଓଲିଉଡ୍‌ର ଜଣାଶୁଣା ନାୟିକା ରୀୟା ଦେ ମାତ୍ର ଗୋଟିଏ ସିନେମାରେ ନଜର ଆସିଛନ୍ତି । ଏହା ହେଲା ‘କଥା ଦେଲି ମଥା ଛୁଇଁ’। ଏହି ଛବିରେ ସେ ତାଙ୍କର ଜଣେ ପୁରୁଣା ଅନସ୍କ୍ରନ୍‌ ଯୋଡିଦାର ଅଭିଷେକଙ୍କ ସହ ପୁଣି ଥରେ ରୋମାନସ୍‌ କରିବାର ସୁଯୋଗ ପାଇଛନ୍ତି । ଗତ ବର୍ଷ ଓଲିଉଡ୍‌ର ଏହି ହଟ୍‌ ନାୟିକା ରୀୟା ଦେଙ୍କୁ ମାତ୍ର ତିନିଟି ଓଡ଼ିଆ ଛବିରେ ଦେଖିବାକୁ ମିଳିଥଲା । ଏଗୁଡ଼ିକ ହେଲା ‘ତୁ ଯେ ସେଇ’,‘ଚୁପ୍‌ ଚୁପ୍‌ ଚୋରି ଚୋରି’ ଏବଂ ‘ତୋର ଦିନେକୁ ମୋର ଦିନେ’ । ଏଥିମଧ୍ୟରୁ ପ୍ରଥମଟିରେ ତାଙ୍କର ନାୟକ ଥିଲେ ବାବୁସାନ୍‌ । ପୂର୍ବରୁ ବାବୁସାନଙ୍କସହିତ ରୀୟା ‘ପ୍ରେମ ଅଢ଼େଇ ଅକ୍ଷର’ ଏବଂ ‘ଲଭ୍‌ ମାଷ୍ଟର’ ସିନେମାରେ ନଜର ଆସିଥିଲେ । ପ୍ରକାରାନ୍ତରେ କହିବାକୁ ଗଲେ ,ଏ ଦୁହେଁ ପରଦାରେ ବନିଥିଲେ ପ୍ରେମିକ-ପ୍ରେମିକା । ଅର୍ଥାତ୍‌ ପୁରୁଣା ପ୍ରେମିକଙ୍କ ସହ ପୁଣି ପରଦାରେ ରୋମାନସ୍‌ କରିବାକୁ ସୁଯୋଗ ପାଇଥିଲେ ରୀୟା।

ଠିକ୍‌ ସେହିପରି ସେ ଆଉ ଜଣେ ପୁରୁଣା ପ୍ରେମିକ ଅମ୍ଳାନଙ୍କ ସହ ବି ନଜର ଆସିଥିଲେ ଫିଲ୍ମ ‘ତୋର ଦିନେକୁ ମୋର ଦିନେ’ରେ । ଅମ୍ଳାନ-ରୀୟା ଯୋଡ଼ିଙ୍କୁ ପୂର୍ବରୁ ଦର୍ଶକ ‘ତୁ ମୋ ଦେହର ଛାଇ’, ‘ଗୋଲାପି ଗୋଲାପି’, ‘ପାଗଳ କରିଛୁ ତୁ’ଏବଂ କଲେଜ ଟାଇମ୍‌ ଆଦି ସିନେମାରେ ଦେଖିବାକୁ ପାଇଥିଲେ । ତେବେ ରୀୟା ପ୍ରଥମ ଥର ଲାଗି ଅଭିଷେକ ରଥଙ୍କ ବିପକ୍ଷରେ ନାୟିକା ସାଜିଥିଲେ ‘ଚୁପ୍‌ ଚୁପ୍‌ ଚୋରି ଚୋରି’ରେ ।

ସମ୍ବନ୍ଧିତ ଖବର