‘ନଚ୍‌ ବଲିଏ-୯’ର ସବୁଠାରୁ ଦାମୀ ପ୍ରତିଯୋଗୀ ଅଭିନେତ୍ରୀ ଅନୀତା

ମୁମ୍ବାଇ: ‘ନଚ୍‌ ବଲିଏ-୯’ର ଘୋଷଣା ହେବା ପରେ ଏହି ସୋ’କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । ଖାସ୍‌ କରି ସୋ’ର ଥିମ୍‌ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ କଳାକାରମାନେ ନିଜ ପୂର୍ବ ପ୍ରେମିକମାନଙ୍କ ସହ କିଭଳି ଏହି ସୋ’ରେ ତିଷ୍ଠିବେ ତାହା ଦେଖିବା ପାଇଁ ଦର୍ଶକେ ଅନାଇ ବସିଛନ୍ତି । ତେବେ ଏ ପର୍ଯ୍ୟନ୍ତ ପ୍ରତିଯୋଗୀମାନଙ୍କ ପୂରା ସୂଚୀ ସାମ୍ନାକୁ ଆସି ନଥିବା ବେଳେ କିିଛି ପ୍ରତିଯୋଗୀମାନେ ସୋ’ର ପ୍ରମୋରେ ନଜର ଆସି ସାରିଛନ୍ତି । ସେ ମଧ୍ୟରେ ରହିଛନ୍ତି ଉର୍ବଶୀ ଢ଼ୋଲକିଆ, ଅନୀତା ହସ୍‌ନାନ୍‌ଦାନୀ ଏବଂ ଶ୍ରଦ୍ଧା ଆର୍ଯ୍ୟା । ତେବେ ‘ନଚ୍‌ ବଲିଏ-୯’ର ସବୁଠାରୁ ଦାମୀ ପ୍ରତିଯୋଗୀ ଅନୀତା ବୋଲି ଜଣା ପଡ଼ିଛି । ସବୁ ପ୍ରତିଯୋଗୀମାନଙ୍କ ଠାରୁ ତାଙ୍କୁ ଏହି ସୋ’ ପାଇଁ ଅଧିକ ଅର୍ଥ ଦିଆଯାଉଛି । କିନ୍ତୁ ସେ ସୋ’ ପାଇଁ କେତେ ଅର୍ଥ ନେଉଛନ୍ତି, ତାହା ସ୍ପଷ୍ଟ ହୋଇ ପାରି ନାହିଁ ।

 

View this post on Instagram

 

#nachbaliye9 Excited mein edddaaa @star.aniljha ? @starplus @banijayasia

A post shared by Anita H Reddy (@anitahassanandani) on

ଏ ନେଇ ଅନୀତା କହିଛନ୍ତି, ‘ମୋତେ ପୂର୍ବରୁ ମଧ୍ୟ ଏହି ସୋ’ର ଅଫର ମିଳିଥିଲା । କିନ୍ତୁ ଅଲଗା କାମ ପାଇଁ କଥା ଦେଇ ସାରିଥିବାରୁ ମୁଁ ଅଫରକୁ ଗ୍ରହଣ କରି ନଥିଲି । ଏବେ ମୁଁ ପୂରା ଫାଙ୍କା ରହିଛି ଏବଂ ସୋ’ ଉପରେ ପୂରା ଧ୍ୟାନ ଦେଇ ପାରିବି’ ।

ସମ୍ବନ୍ଧିତ ଖବର