ସୋନାଲି ବେନ୍ଦ୍ରେ ଏବଂ ଇର୍‌ଫାନ୍‌ ଖାନ୍‌ଙ୍କ ପରେ ଏହି ଅଭିନେତ୍ରୀ ବି କ୍ୟାନସରରେ ପୀଡ଼ିତ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ଓ ଅଭିନେତା ଇର୍‌ଫାନ୍‌ ଖାନ୍‌ଙ୍କ ପରେ ଆଉ ଜଣେ କଳାକାର ଏବେ କ୍ୟାନସରରେ ପୀଡ଼ିତ ଓ ସେଥିରୁ ସେ ରକ୍ଷା ପାଇବା ପାଇଁ ସଂଗ୍ରାମ କରୁଛନ୍ତି। ଏହି ବରିଷ୍ଠ ଅଭିନେତ୍ରୀ ଜଣକ ହେଲେ ନଫିସା ଅଲ୍ଲୀ। ସେ ନିଜର ଇନଷ୍ଟାଗ୍ରାମରେ ପୋଷ୍ଟ୍‍ କରି ଏ ସଂପର୍କରେ ସୂଚନା ଦେଇଛନ୍ତି।
ନଫିସା ଅଲ୍ଲୀ ନିଜର ଇନଷ୍ଟ୍ରାଗ୍ରାମ ପୋଷ୍ଟରେ ଲେଖିଛନ୍ତି ଏଇ ନିକଟରେ ନିଜର ଜଣେ ଅନ୍ତରଙ୍ଗ ବନ୍ଧୁଙ୍କ ସହିତ ସାକ୍ଷାତ ହେଲା, ଯିଏ କି ମୋର କ୍ୟାନସର୍‌ ଶୀଘ୍ର ଠିକ୍‌ ହେବାର କାମନା କରିଛନ୍ତି।


ନଫିସା ଅଲ୍ଲୀ ଜଣେ ବଙ୍ଗଳା ଅଭିନେତ୍ରୀ। ସେ ବେଶ୍‌ କେତୋଟି ହିନ୍ଦୀ ସିନେମାରେ ବି ଅଭିନୟ କରିଛନ୍ତି। ସେ ବଲିଉଡର ବିଗ୍‌ ବି ଅମିତାଭ ବଚ୍ଚନଙ୍କ ବିପକ୍ଷରେ ଟିନୁ ଆନନ୍ଦଙ୍କ ‘ମେଜର ସାହେବ୍‌’ରେ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ। ଠିକ୍‌ ସେହିପରି ସଂଜୟ ଲୀଲା ଭଂସାଲିଙ୍କ ଚର୍ଚ୍ଚିତ ସିନେମା ‘ଗୁଜାରିଶ୍‌’ ଓ ଧର୍ମେନ୍ଦ୍ରଙ୍କ ଅଭିନୀତ ଫିଲ୍ମ ‘ୟମଲା ପାଗଲା ଦିଓ୍ଵାନା’ରେ ମଧ୍ୟ ଅଭିନୟ କରିଥିଲେ। ୧୯୭୬ରେ ମିସ ଇଣ୍ଡିଆ ଟାଇଟଲ୍‌ ହାସଲ କରିଥିବା ନଫିସା ଅଲ୍ଲୀଙ୍କ ପ୍ରଥମ ଫିଲ୍ମ ହେଲା ଶ୍ୟାମ ବେନେଗାଲଙ୍କ ‘ଜୁନୁନ୍‌’।

ସମ୍ବନ୍ଧିତ ଖବର