ଓଲିଉଡରେ ଏମିତି ଘଟିଥିଲା ନମ୍ରତାଙ୍କ କ୍ଷେତ୍ରରେ

ଭୁବନେଶ୍ୱର: ନମ୍ରତା ଥାପ୍ପା ଓଲିଉଡର ଜଣେ ନାମକରା ନାୟିକା ଥିଲେ। ତେବେ ତାଙ୍କ କ୍ଷେତ୍ରରେ ଏକ କଥା ଘଟିଥିଲା। ତାହା ହେଲା ଯେ ସେ ଯେଉଁ ନବାଗତଙ୍କ ସହ କାମ କରୁଥିଲେ ,ସେ ଫିଲ୍ମ ହିଟ୍‌ ହୋଇଛି। ଆସନ୍ତୁ ଜାଣିବା ଏହି ଯୋଡି କେଉଁମାନେ …

ଅନୁଭବ-ନମ୍ରତା: ଅନୁଭବ ଓ ନମ୍ରତା ଥାପ୍ପା ବ୍ରଜରାଜ ମୁଭିଜର ‘ଆଇ ଲଭ ୟୁ’ ସିନେମାରୁ କ୍ୟାରିଅର୍‌ ଆରମ୍ଭ କରିଥିଲେ । ପ୍ରଥମ ଫିଲ୍ମଟି ବ୍ଲକ୍‌ବଷ୍ଟରର ମାନ୍ୟତା ପାଇବା ପରେ ଏହି ଯୋଡ଼ି ବି ସୁପରହିଟ୍‌ ହୋଇଥିଲା । ଏହାପରେ ଉଭୟଙ୍କୁ ଏକାଠି ‘ ପ୍ରିୟା ମୋ ପ୍ରିୟା’ ସିନେମାରେ ଦେଖିବାକୁ ପାଇଥିଲେ ଦର୍ଶକ ।
ଅରିନ୍ଦମ୍‌-ନମ୍ରତା: ଅରିନ୍ଦମ୍‌-ନମ୍ରତା ଯୋଡିର ପ୍ରଥମ ସିନେମା ହେଲା ‘ ପ୍ରେମ ଋତୁ ଆସିଲାରେ’ । ଏହା ଅରିନ୍ଦମ୍‌ଙ୍କର ଡେବ୍ୟୁ ଫିଲ୍ମ ଥିଲା । ଏହି ଫିଲ୍ମ ସୁପରହିଟ୍‌ ହେବା ପରେ ଅରିନ୍ଦମ୍‌-ନମ୍ରତାଙ୍କ ଯୋଡିକୁ ଦର୍ଶକ ‘ ମୁଁ ତତେ ଲଭ୍‌ କରୁଛି’ ଓ ‘ ମିତରେ ମିତ’ ରେ ଦେଖିବାକୁ ପାଇଛନ୍ତି ।


ବୁଦ୍ଧାଦିତ୍ୟ-ନମ୍ରତା: ବୁଦ୍ଧାଦିତ୍ୟ-ନମ୍ରତା ଯୋଡିଙ୍କର ପ୍ରଥମ ସିନେମା ହେଲା ବିଭୁତି ରାଉତରାୟଙ୍କ ପ୍ରଯୋଜିତ ତଥା ସଂଗ୍ରାମ ବିଶ୍ୱାଳଙ୍କ ନିର୍ଦ୍ଦେଶିତ ‘ଆଇ ଲଭ୍‌ ମାଇଁ ଇଣ୍ଡିଆ’। ଏହା ବି ହିଟ୍‌ ହୋଇଥିଲା।

ସମ୍ବନ୍ଧିତ ଖବର