ଏହି ରୂପରେ ଫେରୁଛନ୍ତି ନାନା ପାଟେକର୍‌ !

ମୁମ୍ବାଇ: ନୂଆ ରୂପରେ ଫେରୁଛନ୍ତି ନାନା ପାଟେକର୍‌ । ହଁ ,ସାଉଥ୍‌ ମେଗାଷ୍ଟାର୍‌ ରଜନୀକାନ୍ତଙ୍କ ଆଗାମୀ ସିନେମା ‘କାଲା’ରେ ଏହି ନାମୀ ବଲିଉଡ ଅଭିନେତାଙ୍କୁ ମଧ୍ୟ ଦେଖିବାକୁ ପାଇବେ ଦର୍ଶକ। ନାନା ପାଟେକର୍‌ ଅଙ୍କୁଶ୍‌, କ୍ରାନ୍ତିବୀର୍‌, କୋହରାମ୍‌,ଅଗ୍ନିସାକ୍ଷୀ, ଏବଂ ପ୍ରହାର ଭଳି ବହୁଚର୍ଚ୍ଚିତ ସିନେମାର ନାୟକ ନାନା ଏକ ଭିନ୍ନ ଧରଣର ଭୂମିକାରେ ଅଛନ୍ତି । ରଜନୀକାନ୍ତଙ୍କ ସହ ଏହା ନାନାଙ୍କର ପ୍ରଥମ ସିନେମା ହେବ।

photo-theminute

ଏହି ସିନେମାରେ ନାୟକ ନୁହେଁ ବରଂ ଖଳନାୟକ ଭୂମିକାରେ ନଜର ଆସିବେ ନାନା। ଶୁଣିବାକୁ ମିଳୁଛି ଯେ ‘କାଲା’ରେ ନାନା ପାଟେକର୍‌ ଜଣେ କ୍ରୁର ତଥା ଭ୍ରଷ୍ଟ ରାଜନେତା ଚରିତ୍ରରେ ଅଭିନୟ କରୁଛନ୍ତି। ତେବେ ଏସଂପର୍କରେ ନାନା ଏଯାବତ୍‌ ମୁହଁ ଖୋଲିନାହାନ୍ତି। ଏଥିରେ ବଲିଉଡ ନାୟିକା ହୁମା କୁରେସୀ, ଅଞ୍ଜଳି ପାଟିଲ୍‌ ଏବଂ ପଙ୍କଜ ତ୍ରିପାଠୀ ପ୍ରମୁଖ ମଧ୍ୟ ଅଛନ୍ତି । ଏହାର ପ୍ରଯୋଜକ ହେଲେ ରଜନୀକାନ୍ତଙ୍କ ଜ୍ୱାଇଁ ତଥା ଅଭିନେତା ଧନୁଷ୍‌ ଏବଂ ପା ରଂଜିତ୍‌ ଏହାର ନିର୍ଦ୍ଦେଶକ। ଇତିମଧ୍ୟରେ‘କାଲା’ର ସୁଟିଂ ଶେଷ ହୋଇଯାଇଛି । ଖାଲି ସେତିକି ନୁହେଁ ଏହା ଏବେ ରିଲିଜ୍‌ ଅପେକ୍ଷାରେ ଅଛି।

ସମ୍ବନ୍ଧିତ ଖବର