ବିମୁଦ୍ରାୟନ ଉପରେ ଆଧାରିତ ଚଳଚ୍ଚିତ୍ରରେ ପ୍ରଧାନମନ୍ତ୍ରୀଙ୍କ ଭୂମିକାରେ ନଜର ଆସିବେ ମୋଦିଙ୍କ ପରି ଦିଶୁଥିବା ରାମଚନ୍ଦ୍ରନ

ନୂଆଦିଲ୍ଲୀ: ଏହି ଫଟୋଟି ବିଷୟରେ କିଛି ମନେ ଅଛି? ଗତବର୍ଷ ଷ୍ଟେସନ୍‌ରେ ଜଣେ ବ୍ୟକ୍ତି କାନ୍ଧରେ ବ୍ୟାଗ୍‌ ପକାଇ ଟ୍ରେନ୍‌କୁ ଅପେକ୍ଷା କରିବାର ଏହି ଫଟୋଟି ଭାଇରାଲ୍‌ ହୋଇଥିଲା। ଏହି ବ୍ୟକ୍ତି ଜଣକ ଅବିକଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରି ଦିଶୁଥିବାକୁ ଏହାକୁ ନେଇ ବେଶ୍‌ ଚର୍ଚ୍ଚା ହୋଇଥିଲା। ଏହି ବ୍ୟକ୍ତି ଜଣକ ହେଉଛନ୍ତି କେରଳର ରାମଚନ୍ଦ୍ରନ। ସେ ଅବିକଳ ମୋଦିଙ୍କ ପରି ଦିଶୁଥିବାରୁ ଅନେକ ଲୋକ ତାଙ୍କ ସହ ସେଲଫି ନେବାକୁ ଭିଡ଼ ଜମାଇବାରୁ ସେ ବାଧ୍ୟ ହୋଇ ନିଜ ଦାଢ଼ି ମଧ୍ୟ କାଟି ଦେଇଥିଲେ।

ଏବେ ତାଙ୍କ ବିଷୟରେ ଆଲୋଚନା କରିବାର କାରଣ ହେଉଛି ଏହିି ବ୍ୟକ୍ତି ଜଣକ ଏବେ ଚଳଚ୍ଚିତ୍ରରେ ଅଭିନୟ କରିବେ। କାନ୍ନାଡାରେ ବିମୁଦ୍ରାୟନ ଉପରେ ଆଧାରିତ ଏକ ଚଳଚ୍ଚିତ୍ର ନିର୍ମାଣ ହେବାକୁ ଯାଉଛି। ଏହି ଚଳଚ୍ଚିତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭୂମିକା ନିଭାଇବେ ରାମଚନ୍ଦ୍ରନ।

ଏହା ରାମଚନ୍ଦ୍ରନଙ୍କ ଡେବ୍ୟୁ ଚଳଚ୍ଚିତ୍ର। ସେ ଏଥିପାଇଁ କୌଣସି ପରିମାଣର ଅର୍ଥ ଦାବି କରିନାହାନ୍ତି। ତାଙ୍କୁ ଯେତିକି ପ୍ରଦାନ କରାଯିବ ସେ ସେତିକିରେ ସନ୍ତୁଷ୍ଟ ହେବେ ବୋଲି ରାମଚନ୍ଦ୍ରନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର