ବଲିଉଡ ନାୟିକା ଜଣେ ହଲିଉଡ ନିର୍ଦ୍ଦେଶକଙ୍କୁ ଚୁମ୍ବନ ଦେଉଥିବାର ଫଟୋ କ’ଣ ବ୍ରେକ୍‌ ଅପର କାରଣ ?

ମୁମ୍ବାଇ: ବଲିଉଡ ନାୟିକା ରାଣୀ ମୁଖାର୍ଜୀଙ୍କ ଦିଅର ତଥାଜଣାଶୁଣା ନିର୍ମାତା ତଥା ନିର୍ଦ୍ଦେଶକ ଆଦିତ୍ୟ ଚୋପ୍ରାଙ୍କ ସାନ ଭାଇ ଅସଫଳ ନାୟକ ଉଦୟ ଚୋପ୍ରା ତାଙ୍କର ଗର୍ଲ ଫ୍ରେଣ୍ଡ ତଥା ଅସଫଳ ନାୟିକା ନରଗୀସ୍ ଫାକରୀଙ୍କୁ ବାହା ହେବେ ବୋଲି କୁହାଯାଉଛି। ସେ ଦୁହେଁ ଏବେ ଲିଭ ଇନ୍ ରିଲେସନରେ ଅଛନ୍ତି। ଗତ କିଛି ଦିନ ହେବ ନରଗୀସ୍ ଫକରୀ ୟଶ ଚୋପ୍ରାଙ୍କ ବଙ୍ଗଳାକୁ ସିଫ୍ଟ ହୋଇ ଯାଇଛନ୍ତି। ସେଠାରେ ଉଦୟଙ୍କ ସହ ଜୀବନ ବିତାଉଛନ୍ତି। ଇତିମଧ୍ୟରେ ମାଆ ପାମେଲା ଚୋପ୍ରା ବି ଉଦୟଙ୍କ ସହ ନରଗୀସଙ୍କ ସଂପର୍କକୁ ମାନି ନେଇଥିବା କୁହାଯାଉଥିଲା।

ହେଲେ ଏବେ ଯାହା ଖବର ମିଳିଛି ବୋଧଂହୁଏ ଉଭୟଙ୍କ ଭିତରେ ବ୍ରେକ ଅପ୍‌ ହୋଇ ଯାଇଛି। । କାରଣ ଏବେ ନରଗୀସ ଜଣେ ହଲିଉଡ ନିର୍ଦ୍ଦେଶକ ମେଟ୍‌ ଆଲିଂଜୋଙ୍କୁ ଚୁମ୍ବନ ଦେଉଥିବାର ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।ଏଥିରୁ ଅନୁମାନ କରାଯାଉଛି କି ନରଗୀସ୍‌ ଉଦୟଙ୍କୁ ଛାଡିମେଟ୍‌ ଆଲିଂଜୋଙ୍କ ପଛରେ ପଡ଼ିଛନ୍ତି। ସେଥିଲାଗି ସେ ଅଧିକାଂଶ ସମୟରେ ନ୍ୟୁୟର୍କରେ ରହୁଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ ନରଗୀସ୍ ଇମତିଆଜ୍ ଅଲ୍ଲୀଙ୍କ ‘ରକଷ୍ଟାର’ ଜରିଆରେ ବଲିଉଡରେ ନାୟିକା ଭାବେ ପ୍ରବେଶ କରିଥିଲେ । ତାପରେ ତାଙ୍କୁ ମେଁ ତେରା ହିରୋ ଭଳି ସିନେମାରେ ବି ଲିଡ ରୋଲରେ ଦେଖିବାକୁ ମିଳିଛି। ଅପରପକ୍ଷରେ ୨୦୦୦ରେ ରିଲିଜ୍ ହୋଇଥିବା ‘ମୋହବତେଁ’ରୁ ଆକ୍ଟିଂ କାରିଅର୍ ଆରମ୍ଭ କରିଥିଲେ ଉଦୟ। ଏହାପରେ ତାଙ୍କୁ ମେରେ ୟାର୍ କି ଶାଦିଭଳି କେତୋଟି ହାତଗଣତି ସିନେମାରେ ଦେଖିବାକୁ ପାଇଛନ୍ତି ଦର୍ଶକ।

ସମ୍ବନ୍ଧିତ ଖବର