ବାହା ହେଉ ନାହାନ୍ତି ନରଗୀସ ଫକରୀ

ସଞ୍ଜୟ ଦତ୍ତଙ୍କ ସହ କାମ କରୁଛନ୍ତି ଏହି ସିନେମାରେ

ମୁମ୍ବାଇ: ବେଶ କିଛି ଦିନ ହେବ ବଲିଉଡ ନାୟିକା ନରଗୀସ୍ ଫକରୀ କୌଣସି ନୂଆ ସିନେମା ସାଇନ୍‌ କରୁ ନଥିଲେ। ଏହାର କାରଣ କ’ଣ ବୋଲି ଅନେକ ସମୟରେ ପ୍ରଶ୍ନ ଉଠୁଥିଲା। ହେଲେ ଏବେ ସେ ଏକ ହିନ୍ଦୀ ସିନେମାରେ କାମ କରୁଥିବା ଜଣାଯାଇଛି। ଏହି ସିନେମାର ସୁଟିଂ ଆଗାମୀ ସପ୍ତାହରେ ଆରମ୍ଭ ହେଉଥିବା ଜଣାଯାଇଛି। ଏଠାରେ ଯେଉଁ ସିନେମା କଥା କୁହାଯାଉଛି, ତାହା ହେଲା ‘ତୋରବାଜ୍‌’।

photo-amarujala

ସବୁଠୁ ବଡ଼ କଥା ହେଲା ଯେ ଏଥିରେ ନରଗୀସ ପ୍ରଥମ ଥର ଲାଗି ସଞ୍ଜୟ ଦତ୍ତଙ୍କ ବିପକ୍ଷରେ ନାୟିକା ବନିବେ ।ଏହି ସିନେମାର ନିର୍ଦ୍ଦେଶକ ହେଉଛନ୍ତି ଗିରୀଶ ମଲିକ୍‌, ଯିଏ କି ପୂର୍ବରୁ ‘ଜଲ୍‌’ ଟାଇଟଲରେ ଏକ ରାଷ୍ଟ୍ରୀୟ ପୁରସ୍କାରପ୍ରାପ୍ତ ସିନେମାର ନିର୍ଦ୍ଦେଶନା । ଏହାର ନିର୍ମାତା ରାହୁଲ ମିତ୍ରା ବି ଏକଥାକୁ ସ୍ୱୀକାର କରିଛନ୍ତି ଯେ ‘ତୋରବାଜ୍‌’ରେ ନରଗୀସ କାମ କରୁଛନ୍ତି। ଏଥିରେ ଜଣେ ସାମାଜିକ କର୍ମୀ ଭୂମିକାରେ ଅଭିନୟ କରିବେ ସେ। ଏହି ସିନେମାର ସୁଟିଂ କାର୍ଗିସ୍ତାନର ରାଜଧାନୀ ବିଶ୍କେବଠାରେ କରାଯିବ।ରାହୁଲ ମିତ୍ରାଙ୍କ ଅନୁଯାୟୀ ନରଗୀସ ଏବଂ ସେ ଆମେରିକାରେ ଏହି ଡିଲ୍‌ ଫାଇନାଲ୍‌ କରିଥିଲେ।

ଏଠାରେ ସୂଚନାଯୋଗ୍ୟ ଯେ ନରଗୀସ ଫକରୀ ଜଣାଶୁଣା ନିର୍ମାତା ତଥା ନିର୍ଦ୍ଦେଶକ ଆଦିତ୍ୟ ଚୋପ୍ରାଙ୍କ ସାନ ଭାଇ ନାୟକ ଉଦୟ ଚୋପ୍ରାଙ୍କୁ ବିବାହ କରୁଛନ୍ତି ବୋଲି ବେଶ କିଛି ଦିନ ହେବ ଚର୍ଚ୍ଚା ହେଉଥିଲା।ସେ ଦୁହେଁ ଏବେ ଲିଭ ଇନ୍ ରିଲେସନରେ ଥିଲେ। ଗତ କିଛି ଦିନ ହେବ ନରଗୀସ୍ ଫକରୀ ୟଶ ଚୋପ୍ରାଙ୍କ ବଙ୍ଗଳାକୁ ସିଫ୍ଟ ହୋଇ ଯାଇଥିଲେ ବୋଲି ବି କୁହାଗଲା। ସେଠାରେ ଉଦୟଙ୍କ ସହ ଜୀବନ ବିତାଉଥିବା ବି କୁହାଯାଉଥିଲା। ଇତିମଧ୍ୟରେ ମାଆ ପାମେଲା ଚୋପ୍ରା ବି ଉଦୟଙ୍କ ସହ ନରଗୀସଙ୍କ ସଂପର୍କକୁ ମାନି ନେଇଥିବା କୁହାଯାଉଥିଲା। ଯାହା ଜଣାପଡ଼ୁଥିଲା ଆର ବର୍ଷ ଏ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହେବେ। ହେଲେ ଏଭଳି ବିବାହ କଥାକୁ ନରଗୀସଙ୍କ ପ୍ରବକ୍ତା ଅସ୍ୱୀକାର କରିଛନ୍ତି। ସେ କହିଛନ୍ତି ଯେ ନରଗୀସ ଫକରୀଙ୍କର ଏବେ ସେଭଳି କୌଣସି ଯୋଜନା ନାହିଁ । ଉଦୟ ଚୋପ୍ରାଙ୍କ ସହ ଏବେ ତାଙ୍କର କିଛି ସଂପର୍କ ନାହିଁ।

ଏଠାରେ ସୂଚନାଯୋଗ୍ୟ ଯେ ନରଗୀସ୍ ଇମତିଆଜ୍ ଅଲ୍ଲୀଙ୍କ ‘ରକଷ୍ଟାର’ ଜରିଆରେ ବଲିଉଡରେ ନାୟିକା ଭାବେ ପ୍ରବେଶ କରିଥିଲେ । ତାପରେ ତାଙ୍କୁ ‘ମେଁ ତେରା ହିରୋ’ ଭଳି ସିନେମାରେ ବି ଲିଡ ରୋଲରେ ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର