୧୮୦ ଫିଲ୍ମନିର୍ମାତାଙ୍କ ପରେ ୬୦୦ ଥିଏଟର କଳାକାରଙ୍କ ସହ ମିଶି ମୋଦୀଙ୍କ ବିରୋଧରେ ସ୍ୱର ଉଠାଇଲେ ନାଶିରୁଦ୍ଦିନ ଶାହା: କ୍ଷମତାରୁ ବାହାର କର

ମୁମ୍ବାଇ : ୧୮୦ ଫିଲ୍ମ ନିର୍ମାତାଙ୍କ ପରେ ଏବେ ନାଶିରୁଦ୍ଦିନ ଶାହା ୬୦୦ଥିଏଟର କଳାକାରଙ୍କ ସହ ମିଶି ମୋଦୀଙ୍କୁ ଭୋଟ ନ ଦେବା ପାଇଁ ଅପିଲ କରିଛନ୍ତି । ଏକ ଚିଠି ଲେଖି, “ନିଜ ଭୋଟର ବ୍ୟବହାର କର । ବିଜେପି ଏବଂ ତାଙ୍କ ସହଯୋଗୀଙ୍କୁ କ୍ଷମତାରୁ ହଟାଅ । ଭାରତ ଏବଂ ତା’ର ସମ୍ବିଧାନ ବିପଦରେ ଅଛି । ବିଜେପିକୁ ଭୋଟ ଦିଅ ନାହିଁ” ବୋଲି ଲେଖା ଯାଇଥିବା ଜଣା ପଡ଼ିଛି । ଚିଠିଟି ଗୁରୁବାର ଜାରି କରାଯାଇଥିଲା। ୧୨ଟି ଭାଷାରେ ଚିଠିଟି ଲେଖା ଯାଇଥିବା ବେଳେ ଆର୍ଟିଷ୍ଟ ଇଣ୍ଡିଆ େଓ୍ଵବ୍‌ସାଇଟ୍‌ରେ ଏହାକୁ ସେୟାର କରାଯାଇଥିବା ଦେଖା ଯାଇଛି ।

janman.tv

ଚିଠିରେ, “ଆଗାମୀ ଲୋକସଭା ନିର୍ବାଚନ ଦେଶର ଇତିହାସ ପାଇଁ ମହତ୍ତ୍ୱପୂର୍ଣ୍ଣ । ଆଜି ନୃତ୍ୟ,ଗୀତ,ହାସ୍ୟ ଏବଂ ଆମର ସମ୍ବିଧାନ ବିପଦରେ ରହିଛି । ଯେଉଁଠାରେ ବିତର୍କ ଏବଂ ଅସହମତି ବିଷୟରେ ଆଲୋଚନା କରାଯାଏ, ସରକାର ସେ ସବୁ ସଂସ୍ଥାର ତଣ୍ଟି ଚିପି ଦେଇଛନ୍ତି । କୌଣସି ଲୋକତନ୍ତ୍ରରେ ଦୁର୍ବଳ ଏବଂ ବଞ୍ଚିତ ଲୋକମାନଙ୍କୁ ସଶକ୍ତ କରିବା ଦରକାର । କୌଣସି ଲୋକତନ୍ତ୍ର ପ୍ରଶ୍ନ, ବିତର୍କ ଏବଂ ବିପକ୍ଷ ଦଳ ବିନା କାମ କରି ପାରେ ନାହିଁ । କିନ୍ତୁ ଏ ସବୁକୁ ବିଜେପି ସରକାର ନଷ୍ଟ କରି ସାରିଛନ୍ତି । କୌଣସି ବିଷୟକୁ ନେଇ ମତ ରଖିଲେ, ତାହା ଦେଶ ବିରୋଧି ହୋଇ ଯାଉଛି । ଏଥିପାଇଁ ବିଜେପିକୁ କ୍ଷମାତାରୁ ବାହାର କରିବା ଅତ୍ୟନ୍ତ ଜରୁରୀ” ବୋଲି ଲେଖା ଯାଇଥିବା ଦେଖା ଯାଇଛି । ନାଶିରୁଦ୍ଦିନ୍‌ଙ୍କ ସହ ବଲିଉଡ୍‌ର ଅନେକ କଳାକାର ଏହି ଚିଠିରେ ହସ୍ତାକ୍ଷର କରିଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର