ଟପ୍‌ଲେସ୍‌ ହେଲେ ପୂର୍ବତନ ମିସ୍‌ ଇଣ୍ଡିଆର ବିଜୟିନୀ

ମୁମ୍ବାଇ: ପୂର୍ବତନ ଫେମିନା ମିସ୍‌ଇଣ୍ଡିଆ  ଓ ଅଭିନେତ୍ରୀ ନତାଶା ସୁରି ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଏହି ଥର ଟପ୍‌ଲେସ୍‌ ଫଟୋ ସୁଟ୍‌ କରି ନତାଶା ଚର୍ଚ୍ଚାକୁ ଆସିଛନ୍ତି। ଲୋକମାନେ ତାଙ୍କର ଏହି ଟପ୍‌ଲେସ୍‌ ଫଟୋକୁ ନେଇ ଅନେକ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି। ନତାଶା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ନିଜର ଟପ୍‌ଲେସ୍‌ ଫଟୋକୁ ମଧ୍ୟ ସେୟାର କରିଛନ୍ତି।

ଏହି ଫଟୋ ସାମ୍ନାକୁ ଆସିବା ପରେ ନତାଶା ଓ ଡାଓ୍ଵନ୍‌ ବ୍ରାଭୋଙ୍କ ମଧ୍ୟରେ କିଛି ଚାଲିଛି ବୋଲି ଆଲୋଚନା ହେଉଛି। କିଛିଦିନ ପୂର୍ବରୁ ନତାଶା ନିଜର ଓ ଡାଓ୍ଵନ୍‌ ବ୍ରାଭୋଙ୍କ ଫଟୋ ଇନ୍‌ଷ୍ଟାଗ୍ରାମରେ ସେୟାର କରିଥିଲେ। ସେ ଚେନ୍ନାଇ ସୁପରକିଙ୍ଗ ତରଫରୁ ଆଇପିଏଲରେ ଖେଳି ଥିବା ନିଜର ସାଙ୍ଗ ଡାଓ୍ଵନ୍‌ ବ୍ରାଭୋଙ୍କୁ ଶୁଭକାମନା ଦେଇଥିଲେ। ଏଥିସହିତ ଦୁହିଁଙ୍କୁ କଫି ସପ୍‌ରେ ମଧ୍ୟ ଏକାଠି ଦେଖିବାକୁ ମିଳିଛି। ନତାଶା ସମୟସମୟରେ ଏଭଳି ଫଟୋ ସେୟାର କରି ଥାଆନ୍ତି, ଯାହାକି ଚର୍ଚ୍ଚାର ବିଷୟ ବନି ଯାଇଥାଏ। ନତାଶା ଏଯାବତ୍‌ ପାଖାପାଖି ୬୦୦ ଫ୍ୟାସନ୍‌ ସୋ’ର ଭାଗ ନେଇଛନ୍ତି। ୧୦୦ରୁ ଅଧିକ ଲାଇଭ୍‌ ଇଭେଣ୍ଟ ଓ ଅନେକ ବିୟୁଟି ପ୍ରୋଜେକ୍ଟରେ ଯୋଗ ମଧ୍ୟ ଦେଇଛନ୍ତି ନତାଶା।

ସମ୍ବନ୍ଧିତ ଖବର