ଘରୋଇ ହିଂସାର ଶିକାର ହେଲେ ଧାରାବାହିକ ‘ନବ୍ୟା’ର ଅଭିନେତ୍ରୀ ସୌମ୍ୟା, ଦୁଃଖପୂର୍ଣ୍ଣ ପୋଷ୍ଟ କରି ଜଣାଇଲେ ମନର କୋହ

ମୁମ୍ବାଇ : ଆଜିଠାରୁ ୮ବର୍ଷ ତଳେ ଏକ ଧାରାବାହିକର ପ୍ରସାରଣ ହୋଇଥିଲା, ଯାହା ଖୁବ୍‌ କମ୍‌ ସମୟରେ ଅଧିକ ଲୋକପ୍ରିୟ ହୋଇଥିଲା । ଧାରାବାହିକର ନାଁ ‘ନବ୍ୟା’ ଥିବା ବେଳେ ଏହି ଧାରାବାହିକର ମୁଖ୍ୟ ନାୟିକା ଥିଲେ ଅଭିନେତ୍ରୀ ସୌମ୍ୟା ସେଠ୍‌ । କିଛି ଦିନ ପରେ ଏହି ଧାରାବାହିକ ବନ୍ଦ ହୋଇଯିବା ସହ ସୌମ୍ୟା ଅଭିନୟଠାରୁ ନିଜକୁ ଦୂରେଇ ଦେଇଥିଲେ । ୨୦୧୭ରେ ସେ ଅରୁଣ କପୁରଙ୍କୁ ବିବାହ କରିଥିବା ବେଳେ ଏବେ ତାଙ୍କ ବୈବାହିକ ଜୀବନରେ ଝଡ଼ ସୃଷ୍ଟି ହୋଇଛି, ଯାହା ତାଙ୍କ ଇନ୍‌ଷ୍ଟା ପୋଷ୍ଟରୁ ସ୍ପଷ୍ଟ ବାରି ହୋଇ ପଡ଼ୁଛି ।

ଇନ୍‌ଷ୍ଟାରେ ନିଜର ଏକ ଫଟୋ ଅପ୍‌ଲୋଡ୍‌ କରି, ୮ବର୍ଷ ପୂର୍ବରୁ ଯେତେବେଳେ ମୁଁ ନବ୍ୟା ଧାରାବାହିକ କରିଥିଲି । ସେତେବେଳେ ମୋ ବୟସ ୨୧ ଥିଲା । ମୁଁ ଚାହୁଁଥିଲି କି ଦୁନିଆ ଭଲ ପାଇବା ଉପରେ ଭରସା କରୁ । ସେତେବେଳେ ମୁଁ ମୋ ଦେଶରେ ମୋ ବାପା-ମା’ଙ୍କ ପାଖରେ ରହୁଥିଲି । ସେମାନେ ମୋତେ ସବୁ ଖରାପ ଜିନିଷ ଏବଂ ଖରାପ ଲୋକଙ୍କଠାରୁ ଦୂରେଇ ରଖିଥିଲେ । ଏବେ ମୁଁ ବଡ଼ ହୋଇ ଯାଇଛି । ଦୁନିଆର ସବୁ ଖରାପ ଜିନିଷ ମୁଁ ଦେଖି ସାରିଛି । ଘରୋଇ ସିଂହ, ଘୃଣା, ଶାରୀରିକ ଶୋଷଣ, ସୁନ୍ଦର ଚେହେରା ପଛରେ କୁଶ୍ଚିତ ମନ ସବୁ ଦେଖି ସାରିଛି ।

 

 

View this post on Instagram

 

8 years ago when I took up Navya I was 21 years old girl… wanted the world to believe in love !!! Wanted to heal the world with love !! I believed everyone deserves love and to be loved. I was in my own country. I lived with my parents who protected me from everything evil. I have grown up – I have seen violence, I have seen illicit drugs (including coccaine), I have seen hate, I have seen jealously, I have seen injustice, emotional manipulation’s and physical abuse! I have seen Beautiful Faces with ugly hearts. People who look well but are sick in heart and mind. 8 years after doing Navya I believe- Prince Charming is the most trashy concept as of today!! Girls just need to listen to their own hearts and believe that they are a women with substance and their happiness should not depend on any guy. Today I can tell being honest is expensive and worthless and painful and stupid. All that being said Navya was a beautiful dream and I am grateful that I got a chance to live it for few days!! Some of the Most memorable days of my life !! Grateful forever!! Amm ladki ki Khaas Kahaani!!

A post shared by Somya (@somyaseth) on

୮ବର୍ଷ ପରେ ପ୍ରିନ୍ସ ଚାର୍ମିଙ୍ଗ ଶବ୍ଦ ମୋତେ ବେକାର ଲାଗୁଛିି । ମହିଳାମାନଙ୍କୁ କେବଳ ନିଜ ମନ ଏବଂ ନିଜ ଖୁସି ବିଷୟରେ ଭାବିବା ଦରକାର । ମହିଳାଙ୍କ ଖୁସି ପୁରୁଷ ଉପରେ ନିର୍ଭର କରେ ନାହିଁ ବୋଲି ଲେଖିଛନ୍ତି ସୌମ୍ୟା । ତାଙ୍କର ଏଭଳି ପୋଷ୍ଟ ପରେ ତାଙ୍କ ବୈବାହିକ ଜୀବନ ଠିକ୍‌ ନଥିବା ସ୍ପଷ୍ଟ ବାରି ହୋଇ ପଡ଼ୁଛି ।

ସମ୍ବନ୍ଧିତ ଖବର