ବଲିଉଡ୍‌ ଫିଲ୍ମ ଇତିହାସରେ ପ୍ରଥମ : ଭୋର ୪ଟାରେ ରିଲିଜ୍‌ ହେବ ବାଲ୍‌ ସାହେବ ଠାକରେଙ୍କ ବାୟୋପିକ୍‌ ‘ଠାକ୍‌ରେ’

ମୁମ୍ବାଇ : ବଲିଉଡ୍‌ ଚଳିତ ବର୍ଷ ବାଲ୍‌ ସାହେବ ଠାକରେଙ୍କୁ ତାଙ୍କ ଜନ୍ମ ଦିନ ଅବସରରେ ବଡ଼ ଉପହାର ଦେବାକୁ ଯାଉଛି । ଜାନୁଆରି ୨୩ରେ ତାଙ୍କ ଜନ୍ମଦିନ ଥିବା ବେଳେ ତାଙ୍କ ଜୀବନୀକୁ ନେଇ ନିର୍ମାଣ କରାଯାଇଥିବା ଫିଲ୍ମ ‘ଠାକ୍‌ରେ’କୁ ଜାନୁଆରି ୨୫ରେ ରିଲିଜ୍‌ କରାଯାଉଛି । ଏହି ଫିଲ୍ମରେ ଠାକ୍‌ରେଙ୍କ ଜୀବନ ସହ ଜଡ଼ିତ ଅନେକ ଅଜଣା କଥା  ଦର୍ଶକ ଜାଣିବାର ସୁଯୋଗ ପାଇବେ । ଫିଲ୍ମରେ ବାଲ୍‌ ଠାକ୍‌ରେଙ୍କ ଭୂମିକାରେ ଅଭିନେତା ନଓ୍ଵାଜୁଦ୍ଦିନ୍‌ ସିଦ୍ଦିକି ଥିବା ବେଳେ ପ୍ରଥମ ଥର ପାଇଁ ଫିଲ୍ମଟି .ଭୋର ୪ଟାରେ ରିଲିଜ୍‌ କରାଯିବ ବୋଲି ସୂଚନା ମିଳିଛି । ବଲିଉଡ୍‌ ଇତିହାସରେ ଏଭଳି ପ୍ରଥମ ଥର ଘଟିବାକୁ ଯାଉଛି । ସାଧାରଣତଃ ଭାବରେ ଫିଲ୍ମଗୁଡ଼ିକୁ ସକାଳ ୭ଟା ସମୟରେ ରିଲିଜ୍‌ କରାଯାଉଥିବା ବେଳେ ଫିଲ୍ମ ‘ଠାକ୍‌ରେ’କୁ ପ୍ରଥମ ଥର ପାଇଁ ସକାଳ ୪ଟାରେ ରିଲିଜ୍‌ କରାଯିବ । ଏହା ପଛରେ ରହିଛି ଏକ ବଡ଼ କାରଣ ।

Siasat

ସୂଚନା ମୁତାବକ, ଆଇମାକ୍ସ ଓ୍ଵଡ଼ାଲାରେ(ମୁମ୍ବାଇ) ଫିଲ୍ମର ପ୍ରଥମ ସୋ’ ସକାଳ ୪.୧୫ରେ ରଖା ଯାଇଥିବା ଜଣା ପଡ଼ିଛି । ସିନେମା ହଲର ମାଲିକଙ୍କ କହିବା ଅନୁଯାୟୀ,ବାଲା ସାହେବ୍‌ଙ୍କୁ ନେଇ ଲୋକମାନଙ୍କ ମନରେ ଅନେକ ପ୍ରଶ୍ନ ରହିଛି । ସମସ୍ତଙ୍କ ମନରେ ବାଲା ସାହେବଙ୍କ ପ୍ରାରମ୍ଭିକ ଜୀବନ ବିଷୟରେ ଜାଣିବା ପାଇଁ ଉତ୍ସାହ  ରହିଛି । ଖାସ୍‌ କରି ମହାରାଷ୍ଟ୍ରରେ ଲୋକମାନଙ୍କ ମନରେ ଫିଲ୍ମକୁ ନେଇ ଉତ୍ସାହ ଭରି ରହିଥିବାରୁ ଫିଲ୍ମକୁ ସକାଳ ୪.୧୫ରେ ରିଲିଜ୍‌ କରାଯାଉଛି ।

ସମ୍ବନ୍ଧିତ ଖବର