ଓସ୍କାରରେ ପ୍ରବେଶ କଲା ସେଫରୁ ନିର୍ଦ୍ଦେଶକ ବନିଥିବା ବିକାଶ ଖାନ୍ନାଙ୍କ ପ୍ରଥମ ଫିଲ୍ମ ‘ଦ ଲାଷ୍ଟ କଲର’

ମୁମ୍ବାଇ: ସେଲିବ୍ରିଟି ସେଫରୁ ନିର୍ଦ୍ଦେଶକ ବନିଥିବା ବିକାଶ ଖାନ୍ନାଙ୍କ ଫିଲ୍ମ ‘ଦ ଲାଷ୍ଟ କଲର’ ଓସ୍କାର ଆୱାର୍ଡର ଫିଚର ଫିଲ୍ମ ସୂଚୀରେ ନିଜର ସ୍ଥାନ ବନାଇବାରେ ସଫଳ ହୋଇଛି। ଏ ଖବର ବିକାଶ ନିଜର ସୋସିଆଲ ମିଡିଅ‌ା ଆକାଉଣ୍ଟ ଜରିଆରେ ଦେଇଥିବା ବେଳେ ଏତେ ବଡ଼ ସଫଳତା ପାଇଁ ସେ ଖୁସି ଥିବା କହିଛନ୍ତି। ନିର୍ଦ୍ଦେଶକ ଭାବେ ସେ ଡେବ୍ୟୁ କରୁଥିବା ବେଳେ ତାଙ୍କ ପ୍ରଥମ ଫିଲ୍ମ ହିଁ ଓସ୍କାର ସୂଚୀରେ ଆସିବା ବହୁତ ବଡ଼ କଥା ବୋଲି ସେ କହିଛନ୍ତି।

ଟୁଇଟ୍ କରି ବିକାଶ ନିଜର ଖୁସି ଜାହିର କରିବା ସହ ଓସ୍କାର ପକ୍ଷରୁ ଦିଆଯାଇଥିବା ଏକ ସୂଚୀର ଫଟୋ ସେୟାର କରିଛନ୍ତି। ଯାହାକୁ ରି-ଟୁଇଟ୍ କରି ଫିଲ୍ମର ଅଭିନେତ୍ରୀ ନୀନା ଗୁପ୍ତା ଲେଖିଛନ୍ତି କି, “ବିଶ୍ବାସ କରିପାରୁ ନାହିଁ। ଏହି ଖବର ପାଇ ମୁଁ ବହୁତ ଖୁସି”। ତେବେ ଏଭଳି ଖବର ସାମ୍ନାକୁ ଆସିବା ପରେ ବିକାଶ ଯେତେ ଭଲ ରୋଷେଇ କରନ୍ତି, ସେତେ ଭଲ ନିର୍ଦ୍ଦେଶନା ମଧ୍ୟ ଦେଇପାରନ୍ତି ବୋଲି ଲୋକେ କହିବା ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର