ମାଆ ନୀତୁଙ୍କ ଫଟୋରୁ କ’ଣ ଅନୁମାନ କରାଯାଉଛି ?

ମୁମ୍ବାଇ:ଗତକାଲି ଅଭିନେତା ରଣବୀର କପୁର ନିଜର ୩୬ତମ ବାର୍ଥ ଡେ ସେଲିବ୍ରେଟ୍ କରଛନ୍ତି। ଏଥିପାଇଁ ତାଙ୍କୁ ଆଲିଆ ଭଟ୍ଟ ଏବଂ ତାଙ୍କ ମାଆ ସୋନି ରାଜଦାନ୍ ଶୁଭେଚ୍ଛା ଜଣାଇଛନ୍ତି। ରଣବୀରଙ୍କ ମାଆ ନୀତୁ କପୁର ନିଜର ଇନଷ୍ଟାଗ୍ରାମରେ ରଣବୀର କପୁର , ଆଲିଆ ଭଟ୍ଟ ଏବଂ ତାଙ୍କ ମାଆ ସୋନି ରାଜଦାନଙ୍କ ସହ ନିଜର ଏକ ଫଟୋ ସେଆର୍ କରିଛନ୍ତି। ଏହାକୁ ୟୁଜର ପସନ୍ଦ କରିଛନ୍ତି।

ଏଥିରୁ ଅନୁମାନ କରାଯାଉଛି କି ରଣବୀର-ଆଲିଆଙ୍କ ବାହାଘରଲାଗି ଉଭୟ ପକ୍ଷ ରାଜି। କିଛି ଦିନତଳେ ଆଲିଆଙ୍କର ନୂଆ ଆଫେଆର୍‌ ପ୍ରସଙ୍ଗରେ ତାଙ୍କ ମାଆ ସୋନି ରାଜଦାନ୍‌ ମୁହଁ ଖୋଲିଥିଲେ। ସେ କହିଥିଲେ ଯେ ଆଲିଆଙ୍କୁ ଏବେ ୨୬ ବର୍ଷ ବୟସ ହେଲାଣି। ଆଲିଆ ବଲିଉଡରେ ପ୍ରାୟ ସାତ ବର୍ଷ ହେବ କାମ କରିଲେଣି। ସେ ଜଣେ ପବ୍ଲିକ୍‌ ଫିଗର୍‌ । ଅନେକ ସମୟରେ କୋଷ୍ଟାରଙ୍କ ସହିତ ଲିଙ୍କ ଅପ୍‌ର ଉଡା ଖବର ଶୁଣିବାକୁ ମିଳେ। ଏ ବିଷୟରେ ସେ ଆଲିଆଙ୍କୁ କୌଣସି ପରାମର୍ଶ ଦେବାକୁ ଚାହାଁନ୍ତି ନାହିଁ ।


ରଣବୀର କପୁର କରଣ ଜୋହରଙ୍କୁ ତାଙ୍କ ଟକ୍ ସୋ’ରେ ଏକ ପ୍ରଶ୍ନ କରିଥିଲେ ଯେ ସେ ତାଙ୍କର ଗର୍ଲଫ୍ରେଣ୍ଡଙ୍କୁ କି ପରାମର୍ଶ ଦେବାକୁ ଚାହାଁନ୍ତି। ଏହାର ଉତ୍ତରରେ କରଣ କହିଲେ ଯେ ସେ ଆଲିଆଙ୍କୁ କହିଛନ୍ତି ଯେ ରଣବୀର ସବୁଠାରୁ ଭଲ ସ୍ୱାମୀ ହେବେ। ସେ ତାଙ୍କୁ ଯେଉଁ ପରାମର୍ଶ ଦେବା କଥା ତାହା ଦେଇ ସାରିଛନ୍ତି ବୋଲି କହିଥିଲେ କରଣ ଜୋହର୍‌। ଏଥିରୁ ସ୍ପଷ୍ଟ ହୋଇଛି ଯେ ରଣବୀର କପୁର ଓ ଆଲିଆ ଭଟ୍ଟ ବାହା ହେବେ। ଆହୁରି ମଧ୍ୟ କୁହାଯାଉଛି ଯେ ‘ବ୍ରହ୍ମାସ୍ତ୍ର’ର ସୁଟିଂ ଶେଷ ହେବାପରେ ଉଭୟଙ୍କ ବାହାଘରର ରୂପରେଖ ପ୍ରସ୍ତୁତ ହେବ ।

ସମ୍ବନ୍ଧିତ ଖବର