ନିଜର ଚିକିତ୍ସା ଲାଗି ନିଉୟର୍କରେ ଥିବା ଋଷି କପୁର କେମିତି ସମୟ ବିତାଉଛନ୍ତି ?

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ଋଷି କପୁର ସଂପ୍ରତି ନିଜର ଚିକିତ୍ସା ଲାଗି ନିଉୟର୍କରେ ଅଛନ୍ତି। ତାଙ୍କ ସହିତ ପତ୍ନୀ ନୀତୁ ସିଂହ ମଧ୍ୟ ସେଠାରେ ରହୁଛନ୍ତି। ମଝିରେ ଋଷି କପୁରଙ୍କୁ ଅଭିନେତା ଅନୁପମ୍‌ ଖେର , ଗୀତିକାର ଜାଭେଦ ଅଖତର ପ୍ରମୁଖ ଭେଟିଥିବାର ଖବର ମିଳିଥିଲା। ତା’ଛଡା ପୁଅ ରଣବୀର କପୁର ମଧ୍ୟ ବାପା ଋଷି କପୁରଙ୍କ ସ୍ୱାସ୍ଥ୍ୟବସ୍ଥାର ଅପ୍‌ଡେଟ୍‌ ରଖୁଛନ୍ତି । ସେ ବି ନ୍ୟୁୟର୍କରେ ଅଛନ୍ତି।
ଋଷି କପୁରଙ୍କ ପ୍ରଶଂସକମାନେ କାମନା କରୁଛନ୍ତି କି ତାଙ୍କର ପ୍ରିୟ କଳାକାର ଶୀଘ୍ର ସୁସ୍ଥ ହୋଇ ଭାରତ ଫେରିବେ। ଋଷି କପୁରଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ମଝିରେ ମଝିରେ ନୀତୁ ସିଂହ ସୋସିଆଲ ମିଡିଆରେ ଅପ୍‌ଡେଟ୍‌ସ ଦେବା ସହିତ ଫଟୋ ମଧ୍ୟ ସେୟାର୍‌ କରୁଛନ୍ତି।
ନୀତୁ ଋଷିଙ୍କ ସହିତ ନିଜର ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଏବେ ସେୟାର୍‌ କରିଛନ୍ତି,ଯେଉଁଥିରେ ପତି-ପତ୍ନୀ ପାର୍କରେ ବୁଲୁଥିବାର ଓ ଖରା ପିଉଁଥିବାର ଦେଖିବାକୁ ମିଳିଛି। ନୀତୁ ସିଂହ ଏଥିରେ କ୍ୟାପସନ୍‌ ଲେଖିଛନ୍ତି ପ୍ରକୃତି ଆମକୁ ପ୍ରଶଂସା କରିବାର କଳା ଶିଖାଏ। ତା’ଆଗରୁ ମଧ୍ୟ ସେ ସେଣ୍ଟ୍ରାଲ ପାର୍କରେ ଏକ ଫଟୋ ବି ସେୟାର୍‌ କରିଥିଲେ। ସେଥିରେ ଲେଖିଥିଲେ ‘ଭଲ ପାଗରେ ସେଣ୍ଟାଲ୍‌ ପାର୍କରେ ଭ୍ରମଣ’।


ଋଷି କପୁର ଓ ନୀତୁ କପୁରଙ୍କ ଫଟୋକୁ ଖୁବ୍‌ ପସନ୍ଦ କରିଛନ୍ତି ସୋନି ରାଜଦାନ୍‌। ସେ ‘ଗର୍ଜିଅସ୍‌’ବୋଲି ଲେଖିଛନ୍ତି। ସୋନି ହେଉଛନ୍ତି ରଣବୀର କପୁରଙ୍କ କଥିତ ଗର୍ଲ ଫ୍ରେଣ୍ଡ ଆଲିଆ ଭଟ୍ଟଙ୍କ ମାଆ। ଆଲିଆ ବି ଋଷି କପୁରଙ୍କୁ ପାଇ ନ୍ୟୁୟର୍କରେ ଭେଟିଥିଲେ।

ସମ୍ବନ୍ଧିତ ଖବର