ନେହା ଧୂପିଆ କ’ଣ ବ୍ରେଷ୍ଟ୍‍ ସର୍ଜରି କରାଇଛନ୍ତି? ଜାଣନ୍ତୁ କ’ଣ କହିଲେ ନେହା!

ମୁମ୍ବାଇ: କିଛି ମାସ ତଳେ ସେ ଅଭିନେତା ଅଙ୍ଗଦ ବେଦୀଙ୍କୁ ବାହା ହେବା ପରେ ପୁଣି ଚର୍ଚ୍ଚାରେ ଅଛନ୍ତି ନେହା ଧୂପିଅ। କୁହାଯାଉଛି ଯେ,ନେହା ଧୂପିଆ ନିଜର ବ୍ରେଷ୍ଟ୍‍ ସର୍ଜରି କରାଇଛନ୍ତି। ନିଜର ଶରୀରକୁ ଆକର୍ଷିତ କରିବା ଲାଗି ଅନେକ ଅଭିନେତ୍ରୀ ବୁବ୍‌ ଜବ୍‌ କରାଇଛନ୍ତି।
ଏ ଖବର ପ୍ରସାରିତ ହେବା ପରେ ନେହା ଧୂପିଆ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ,ସୁନ୍ଦରୀ ଦିଶିବା ପାଇଁ ତାଙ୍କର ବୁବ୍‌ ଜବ୍‌ର ଆବଶ୍ୟକତା ନାହିଁ। ସେ ଆଦୌ ସର୍ଜରି କରାଇନାହାନ୍ତି ବୋଲି କହିଛନ୍ତି ନେହା ଧୂପିଆ।ନେହା ଯୁକ୍ତି ବାଢ଼ିଛନ୍ତି ଯେ ,ସେ ଏଭଳି ଅନେକ ମହିଳାଙ୍କୁ ଜାଣନ୍ତି,ଯେଉଁମାନେ ବ୍ରେଷ୍ଟ୍‍ ସର୍ଜରି ନ କରାଇ ମଧ୍ୟ ସୁନ୍ଦର ଦିଶନ୍ତି।


ନେହା କହିଛନ୍ତି ଯେ,ଅଭିନୟକୁ ଗୁରୁତ୍ୱ ଦେଉଥିବା କଳାକାର ବୁବ୍‌ ଜବ୍‌ ଉପରେ ଗୁରୁତ୍ୱ ଦେବା ଉଚିତ ନୁହେଁ। ତାଙ୍କ ଅଭିନୀତ ନୂଆ ସିନେମା ‘ହେଲିକେପ୍ଟର ଏଲା’ରିଲିଜ୍‌ ଅପେକ୍ଷାରେ ରହିଛି।ଏଠାରେ ସୂଚନାଯୋଗ୍ୟ ଯେ ବଲିଉଡରେ ହରି ବାେଓ୍ଵଜାଙ୍କ ‘କୟାମତ୍‌’ରୁ ନାୟିକାଭାବେ କ୍ୟାରିଅର୍‌ କରିଥିଲେ ନେହା ଧୂପିଆ। ସେ ପ୍ରଥମ ଫିଲ୍ମରେ ହିଁ ନିଜର ବୋଲ୍‌ଡ ନେସ ପାଇଁ ଚର୍ଚ୍ଚିତା ହୋଇଥିଲେ। ତେବେ ନାୟିକା ଭାବେ ବିଶେଷ ସଫଳ ହୋଇ ନାହାନ୍ତି ନେହା।

ସମ୍ବନ୍ଧିତ ଖବର