କାହିଁକି ଗର୍ଭବତୀ ହେବା କଥାକୁ ଗୋପନ ରଖିଥିଲେ ନେହା ଧୁପିଆ?

ମୁମ୍ବାଇ: କାହାକୁ କିଛି ନ ଜଣାଇ କାହିଁକି ଅଭିନେତ୍ରୀ ନେହା ଧୁପିଆ ଓ ଅଙ୍ଗଦ ବେଦୀ ଏପରି ୨୦୧୮ ମସିହାରେ ମେ ମାସରେ ଅଚାନକ ବିବାହ କରିପକାଇଲେ ତାହା ତ ଏବେ ଗଣମାଧ୍ୟମରେ ପ୍ରମୁଖ ଚର୍ଚ୍ଚା। ନେହା ଗର୍ଭବତୀ ଥିବାରୁ ହିଁ ସେମାନେ ଏଭଳି ଭାବେ ତତ୍‌କ୍ଷଣାତ ନିଷ୍ପତ୍ତି ନେଇଛନ୍ତି ବୋଲି ଜୋର୍‌ ଚର୍ଚ୍ଚା ହେଉଛି। ଯେତେ ଲୁଚାଇଲେ ବି ସତ ଲୁଚି ରହିନାହିଁ, ନେହାଙ୍କ ବେବି ବମ୍ପ୍‌ ତାହାକୁ ପଦାରେ ପକାଇ ଦେଇଛି। ଏପରିକି ନେହା ଗର୍ଭବତୀ ଥିବା କଥା ତାଙ୍କ ବାପା ଶେଷ ପର୍ଯ୍ୟନ୍ତ ଗଣମାଧ୍ୟକୁ ମନା କରି ଆସୁଥିବ ବେଳେ ଶେଷରେ ଅଗଷ୍ଟ ୨୪ ତାରିଖରେ ଏହି ଦମ୍ପତି ଖବର ସତ୍ୟାସତ୍ୟକ ସ୍ୱୀକାର କରିଛନ୍ତି।

ନେହା କାହିଁକି ନିଜର ଏତେ ବଡ଼ ଖୁସିକୁ ସମସ୍ତଙ୍କ ସମ୍ମୁଖରୁ ଲୁଚାଇ ରଖିବାକୁ ଚାହୁଁଥିଲେ ବୋଲି ପଚରାଯିବାରୁ ସେ କହନ୍ତି କି ତାଙ୍କର ଗର୍ଭବତୀ ଥିବା ଶୁଣି କେହି କାଳେ ତାଙ୍କୁ କାମ ଦେବେ ନାହିଁ ବୋଲି ଭୟରେ ସେ ଏହି ଖବରକୁ ଗୁପ୍ତ ରଖିଥିଲେ। ଏପରିକି ଛଅ ମାସ ପର୍ଯ୍ୟନ୍ତ ତାଙ୍କ ପେଟ ଜଣାନଡ଼ିବାରୁ ଏହି ଖବରକୁ ଲୁଚାଇ ରଖିବାରେ ସେ ସମର୍ଥ ହୋଇଛନ୍ତି ବୋଲି ନେହା ପ୍ରକାଶ କରିଛନ୍ତି। କାଳେ କେହି ନେହାଙ୍କୁ କାମ କରିବାକୁ ଅସମର୍ଥ ଭାବିବେ ବୋଲି ଚିନ୍ତା କରି ସେ ଗୋପନ ରଖିଥିଲେ। ଶେଷରେ ସେ ନିଜକୁ ଖୁବ୍‌ ଶକ୍ତିଶାଳୀ ବୋଲି ବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର