ସିଙ୍ଗିଲ ରହିବାର ଫାଇଦା ଜଣାଇଲେ ନେହା କକଡ

ମୁମ୍ବାଇ: ବଲିଉଡର ଖ୍ୟାତନାମା ଗାୟିକା ନେହା କକଡଙ୍କର ବୟଫ୍ରେଣ୍ଡ ହିମାଂଶ କୋହଲିଙ୍କ ସହିତ ବ୍ରେକ୍‌ଅପ୍‌ ହୋଇଥିଲା। ଏହି ପ୍ରେମ ସଂପର୍କ ତୁଟିବାପରେ ନେହା ଖୁବ୍‌ ଭାଙ୍ଗିଯାଇଥିଲେ। ଏବେ ସେ ପୁଣି ନିଜର ପୁରୁଣା ସ୍ମୃତିକୁ ଫେରିଲେଣି। ନିକଟରେ ନେହା କକଡ ଇନ୍‌ଷ୍ଟା ଷ୍ଟୋରିରେ ସିଙ୍ଗିଲ୍‌ ରହିବାର ଫାଇଦା ସଂପର୍କରେ ଉଲ୍ଲେଖ କରିଛନ୍ତି। ସେ ଏକ ପୋଷ୍ଟ୍‍ ସେଆର୍‌ କରି ଲେଖିଛନ୍ତି ‘ସିଙ୍ଗଲ୍‌ ହେବାର ସବୁଠାରୁ ଭଲ କଥା ହେଲା ଯେ ଆପଣ ଠିକ୍‌ ସମୟରେ ଶୋଇପାରିବେ।’

ନେହା କକଡ ବ୍ରେକ୍‌ ଅପ୍‌ ପରେ ଡିପ୍ରେସନ୍‌କୁ ଚାଲିଯାଇଥିବା କଥାକୁ ସ୍ୱୀକାର କରିଛନ୍ତି। ନେହାଙ୍କ ବ୍ରେକ୍‌ ଅପ୍‌ ଖବର ସେମାନଙ୍କ ଫ୍ୟାନମାନଙ୍କ ମନରେ ନିରାଶା ସୃଷ୍ଟି କରିଥିଲା। ନେହା ଓ ହିମାଂଶଙ୍କର ଏକ ମ୍ୟୁଜିକ ଭିଡିଓ ବି ବେଶ୍‌ ଚର୍ଚ୍ଚାର ବିଷୟ ରହିଥିଲା। ଏପରିକି ଇଣ୍ଡିଆନ୍‌ ଆଇଡଲ ସେଟ୍‌କୁ ବି ହିମାଂଶ କୋହଲୀ ଆସିଥିଲେ। ଉଭୟେ ନିଜ ନିଜର ପ୍ରେମ ସଂପର୍କକୁ ନେଇ ଅନୁଭବ କଥା ବଖାଣିଥିଲେ।

ସମ୍ବନ୍ଧିତ ଖବର