ରକ ମ୍ୟୁଜିକ ତାଳରେ ଦର୍ଶକଙ୍କୁ ମତୁଆଲା କଲେ ନେହା କକ୍କର

ଭୁବନେଶ୍ୱର :  ଲୋକପ୍ରିୟ ବଲିଉଡ ସିଙ୍ଗର୍ ନେହା କକ୍କର ନିଜର ରକ୍  ମାଧ୍ୟମରେ ଦର୍ଶକଙ୍କ ମନୋରଞ୍ଜନ କରିଛନ୍ତି । ଆଜି ନିଜର ସଙ୍ଗୀତର ଯାଦୁରେ ଦର୍ଶକଙ୍କୁ ମତୁଆଲା କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଡିଜେ ସୁକେତୁ ଯୋଗଦେଇଛନ୍ତି । ଏହି ଅବସରରେ ସେ ମିଲେ ହୋ ତୁମ୍, ଆଖଁ ମାରେ ଓ ଲଖନା ଆଖଁ ମାରେ, ଦିଲବର, ନିକଲେ କୁରଂଟ, ଲିଫ୍ଟ ତେରୀ ବନ୍ଦ ହୈ, କାଲା ଚଷମା ଆଦି ଗୀତ ପରିବେଷଣ କରିଥିଲେ । ଏହି ଅବସରରେ ନେହା କକ୍କର କହିଲେ, “ଇମ୍ପାରିୟାଲ୍ ବ୍ଲୁ ସୁପରହିଟ୍ ନାଇଟସ ୫ ସିଜିନରେ ଗ୍ରାହକଙ୍କର ମନୋରଞ୍ଜନ ପାଇଁ ଆମ୍ଭେ ପ୍ରୟାସ ଜାରି ରଖିଛୁ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଭୁବନେଶ୍ୱରର ପ୍ରଶଂସକଙ୍କ ସହିତ ପ୍ରତ୍ୟେକ୍ଷ ଯୋଗାଯୋଗରେ ରହିପାରିବୁ । ଇମ୍ପାରିୟାଲ୍ ବ୍ଲୁ ସୁପରହିଟ୍ ନାଇଟସ୍ ଏପରି ଏକ ପ୍ଲାଟଫର୍ମ ଯାହା କଳାକାରଙ୍କ ସୃଜନୀ ପ୍ରତିଭାକୁ ଲୋକଲୋଚନକୁ ଆଣିବାରେ ଉଲ୍ଳେଖନୀୟ ଭୂମିକା ଗ୍ରହଣ କରିଥାଏ ।”

ସମ୍ବନ୍ଧିତ ଖବର