ହିମାନ୍‌ସଙ୍କ ସହ ସଂପର୍କକୁ ନେଇ ମୁହଁ ଖୋଲିଲେ ନେହା କକ୍କର: ଆମେ ଭଲ ବନ୍ଧୁ, ପ୍ରେମୀଯୁଗଳ ନୁହେଁ

ମୁମ୍ବାଇ: ଏଇ କିଛି ମାସ ମଧ୍ୟରେ ବଲିଉଡ୍‌ ଗାୟିକା ନେହା କକ୍କର ଏବଂ ହିମାନ୍‌ସ କୋହଲିଙ୍କ ସଂପର୍କକୁ ନେଇ ଅନେକ ଚର୍ଚ୍ଚା ହୋଇଛି । ସେମାନଙ୍କ ଇନ୍‌ଷ୍ଟାଗ୍ରାମ ପୋଷ୍ଟକୁ ଦେଖି ପ୍ରଶଂସକମାନେ ଦୁଇ ଜଣଙ୍କ ମଧ୍ୟରେ କିଛି ରହିଛି ବୋଲି ଭାବୁଥିବା ବେଳେ ଭାଲେଣ୍ଟାଇନ୍‌ ଡେରେ ପରସ୍ପର ସହ ସମୟ ବିତାଇବାର ପୋଷ୍ଟ ପରେ ଏହା ସ୍ପଷ୍ଟ ବୋଲି ପ୍ରଶଂସକମାନେ କହିବା ଆରମ୍ଭ କରି ଦେଇଥିଲେ। ଦୁଇ ଜଣଙ୍କ ସଂପର୍କକୁ ନେଇ ସାରା ଦେଶ ଚର୍ଚ୍ଚା କରୁଥିବା ବେଳେ ଦୁଇ ଜଣଙ୍କ ତରଫରୁ ଏ ନେଇ କୌଣସି ସ୍ପଷ୍ଟତା ମିଳି ନ ଥିଲା ।

DNA India

କିନ୍ତୁ ଏବେ ଏ ନେଇ ମୁହଁ ଖୋଲିଛନ୍ତି ଗାୟିକା ନେହା କକ୍କର । ତାଙ୍କ କହିବା ଅନୁଯାୟୀ, ଆମେ ଦୁଇ ଜଣ ଭଲ ବନ୍ଧୁ ଓ ପରସ୍ପରକୁ ଭଲ ପାଉ ବୋଲି ଆପଣମାନେ କହି ପାରିବେ କିନ୍ତୁ ପ୍ରେମୀଯୁଗଳ ନୁହେଁ । ଆମେ ଦୁହେଁଦୁହିଁଙ୍କୁ ସମ୍ମାନ ଦେଉ କିନ୍ତୁ ଆମ ଭିତରେ ସେଭଳି କିଛି ନାହିଁ ଯାହା ଲୋକମାନେ ଭାବୁଛନ୍ତି । ଆମ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ରହିଛି ବୋଲି ଖବର ପ୍ରସାର ହେବା ପରେ ଆମେ ଦୁଇ ଜଣ ହସିବାକୁ ଲାଗିଥିଲୁ । ସୋସିଆଲ ସାଇଟ୍‌ରେ ଆମମାନଙ୍କ ଫଟୋ ଦେଖି ଲୋକମାନଙ୍କ ମନରେ ଭୁଲ ଧାରଣା ଆସିଯାଇଛି । ସେମିତି ଆମ ଦୁହିଁଙ୍କ ମଧ୍ୟରେ କିଛି ନାହିଁ।’

ସମ୍ବନ୍ଧିତ ଖବର