ଅବସାଦଗ୍ରସ୍ତ ଥିବା ସ୍ୱୀକାର କରିବା ସହ ପୋଷ୍ଟ କରି ସୋସିଆଲ ମିଡିଆ ବ୍ୟବହାରକରୀଙ୍କୁ ଦାୟୀ କଲେ ନେହା କକ୍କର

ମୁମ୍ବାଇ: ଅଭିନେତା ହିମାନ୍ସ କୋହଲୀଙ୍କୁ ୪ବର୍ଷ ଡ଼େଟ୍‌ କରିବା ସହ ଏବେ ତାଙ୍କ ଠାରୁ ଦୂରେଇ ଯାଇଛନ୍ତି ନେହା କକ୍କର । ହଠାତ୍‌ ଦୁହିଁଙ୍କ ବିଚ୍ଛେଦ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ଇଣ୍ଡିଆନ୍‌ ଆଇଡଲର ଜଣେ ପ୍ରତିଯୋଗୀଙ୍କ ପାଇଁ ଏପରି ହୋଇଥିବା ଚର୍ଚ୍ଚା ହୋଇଥିଲା ।
ପୂର୍ବରୁ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ନେହା ଅନେକ ଦୁଃଖଭରା ପୋଷ୍ଟ କରିଥିବା ବେଳେ ଡ଼ିସେମ୍ବର ୪ରେ ସେ ନିଜ ଇନ୍‌ଷ୍ଟା ଆକାଉଣ୍ଟରେ ଅବସାଦଗ୍ରସ୍ତ ଥିବା ଲେଖି ପୋଷ୍ଟ କରିଥିଲେ ।

.jansatta.com

‘ହଁ, ମୁଁ ଅବସାଦରେ ଅଛି । ସେଥିପାଇଁ ଦୁନିଆରେ ଥିବା ସବୁ ନକରାତ୍ମକ ଲୋକମାନଙ୍କୁ ମୁଁ ଧନ୍ୟବାଦ୍‌ ଜଣାଉଛି । ଆପଣାମାନେ ମୋତେ ମୋ ଜୀବନରେ ଖରାପ ଦିନ ଦେଖାଇବାରେ ସଫଳ ହୋଇଗଲେ’, ବୋଲି ଲେଖିଥିଲେ ନେହା । ସୋସିଆଲ ମିଡିଆ ବ୍ୟବହାରକାରୀ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ କଥା କହୁଥିବାରୁ ସେ ଏପରି ଲେଖିଥିବା କହିଛନ୍ତି ।

jansatta.com
ସମ୍ବନ୍ଧିତ ଖବର