ଏହି କାମରେ ସଫଳ ହେବେ ତ ନୀଲ ନିତିନ ମୁକେଶ ?

ମୁମ୍ବାଇ: ବଲିଉଡର ଖ୍ୟାତନାମା ନାୟକ ଏବଂ ଖଳନାୟକ ହେଲେ ନୀଲ୍‌ ନିତିନ ମୁକେଶ । କିନ୍ତୁ ଏବେ ତାଙ୍କ କ୍ୟାରିଅର୍‌ ଠିକ୍‌ ଚାଲୁନି। କିନ୍ତୁ ସେ ସାଉଥ୍‌ ଇଣ୍ଡଷ୍ଟ୍ରିରେ ଖଳନାୟକ ଭୂମିକା କରୁଛନ୍ତି। ଏହାକୁ ଆଖିରେ ରଖି ସେ ଏବେ ପ୍ରଯୋଜନାରେ ପାଦ ଦେଲେଣି। ହଁ ନୀଲ ନିତିନ ମୁକେଶ ନିଜର ହୋମ ପ୍ରଡକ୍ସନର ଏକ ସିନେମା ନିର୍ମାଣ କରୁଛନ୍ତି। ଏହାର ଟାଇଟଲ ହେଲା ‘ବାଇପାସ୍‌ ରୋଡ୍‌’।

ଏଥିରେ ନିଜେ ନୀଲ ନିତିନ ମୁକେଶ ନାୟକ ଅଭିନୟ କରିବେ ଓ ଅଦା ଶର୍ମା ନାୟିକା ଭୂମିକାରେ ଅଭିନୟ କରୁଛନ୍ତି। ଏହି ସିନେମାର ସହ ପ୍ରଯୋଜକ ହେଲେ ମଦନ ପାଲିଓ୍ଵାଲ୍‌।ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ନୀଲଙ୍କ ସାନ ଭାଇ ନମନ୍‌ ମୁକେଶ। ନମନ୍‌ ଓ ନୀଲ ଉଭୟେ ଗାୟକ ମଧ୍ୟ। କିନ୍ତୁ ନମନଙ୍କର ନିର୍ଦ୍ଦେଶନା ପ୍ରତି ବିଶେଷ ଆଗ୍ରହୀ ଥିବା ହେତୁ ତାଙ୍କୁ ଏହି ଦାୟିତ୍ୱ ମିଳିଛି।

ଏଠାରେ ସୂଚନାଯୋଗ୍ୟ ଯେ ନୀଲ ଶ୍ରୀରାମ ରାଘବନଙ୍କ ‘ଜନି ଗଦ୍ଦର୍‌’ ଫିଲ୍ମ ଜରିଆରେ ହିରୋ ଭାବେ ପ୍ରବେଶ କରିଥିଲେ। ତା’ପରେ ସେ ଆ ଦେଖେଁ ଜାରା,ନ୍ୟୁୟର୍କ,ଜେଲ୍‌,ଲଫଙ୍ଗେ ପରିନ୍ଦେ,ତେରା କ୍ୟା ହୋଗା ଜନି,ସାତ ଖୁନ୍‌ ମାଫ୍‌, ପ୍ଲେଆର୍‌ସ,ଡେଭିଡ ଓ ପ୍ରେମ ରତନ୍‌ ଧନ୍‌ ପାୟୋ ଆଦି ଫିଲ୍ମରେ ଅଭିନୟ କରିଛନ୍ତି। ଅଭିନେତାଭାବେ ତ ସଫଳ ହେଲେ ନି ହେଲେ ପ୍ରଯୋଜନାରେ ସଫଳ ହେଉଛନ୍ତି କି ତାହା ଦେଖିବାକୁ ବାକି ଅଛି ।

ସମ୍ବନ୍ଧିତ ଖବର