ଏହି ବ୍ୟବସାୟୀ ଜଣେ ବଲିଉଡ  ନାୟିକାଙ୍କୁ ଦେଉଥିଲେ  ଦାମୀ ଉପହାର

ମୁମ୍ବାଇ:  ପ୍ରଥମେ ନିର୍ଦ୍ଦେଶକ ବିକ୍ରମ ଭଟ୍ଟଙ୍କ ସହିତ ଅମିଷା ପଟେଲ୍‌ଙ୍କର ଆଫେଆର୍‌ ଚର୍ଚ୍ଚାର ବିଷୟ ହୋଇଥିଲା। ଏହାପରେ ତାଙ୍କର ଭେଟ ହୁଏ ଆଉ ଜଣେ ବ୍ୟକ୍ତିଙ୍କ ସହ। ସେ ହେଲେ ବିଶିଷ୍ଟ ବ୍ୟବସାୟୀ କନବ ପୁରୀ। ୨୦୦୮ରେ ଉଭୟେ ପରସ୍ପରକୁ  ଡ଼େଟି କରିବାରେ ଲାଗିଥିଲେ । ଏହାକୁ  ନେଇ ବଲିଉଡ଼ରେ ହଲଚଲ୍‌ ମଚିଲା। କିନ୍ତୁ ଦୁହିଁଙ୍କର ଦୁଇବର୍ଷର ସଂପର୍କ ହଠାତ୍‌ ବିଚ୍ଛେଦରେ ପରିଣତ ହୋଇଥିଲା। ଅମିଷା ନିଜର କ୍ୟାରିଅରକୁ ଆଖି ଆଗରେ ରଖି ଏଭଳି କରିଥିଲେ ବୋଲି ଅବଶ୍ୟ ପରେ  ଟ୍ଵିଟରରେ ସୂଚନା ଦେଇଥିଲେ।

Ness Wadia kisses actress Amisha Patel shown to user

ଅମିଷା ପଟେଲ୍‌ଙ୍କର ପ୍ରେମ କାହାଣୀ ଏଇଠି ସିର ନଥିଲା ଏହାପରେ ଆଉ ଜଣେ ଜଣାଶୁଣା ଭାରତୀୟ ବ୍ୟବସାୟୀଙ୍କ ସହିତ ପ୍ରେମ ସଂପର୍କ ରଖିଲେ ସୁଇଟ୍‌ ଅମୀଷା। ଏହି ବ୍ୟବସାୟୀଙ୍କ ନାମ ହେଲା ନେସ୍‌ ଓ୍ଵାଡ଼ିଆ ।  ନେସ୍‌ ଓ ଅମୀଷାଙ୍କ ପ୍ରଥମ ଦେଖା ଏକ ଜିମ୍‌ରେ ହୋଇଥିଲା। ଉଭୟେ ସେଠାରେ ନିଜ ନିଜର ମୋବାଇଲ୍‌ ନମ୍ବର ଏକ୍ସଚେଞ୍ଜ୍‌ କରିଥିଲେ।ତା’ପରେ ଦୁହେଁ ପରସ୍ପରକୁ ଡ଼େଟ୍‌ କରିଥିଲେ। ସେହି ସମୟରେ ନେସ୍‌ ଓ୍ଵାଡ଼ିଆ ଅମିଷାଙ୍କୁ ଦାମୀ ଦାମୀ ଉପହାରମାନ ଦେଇଥିବା ନେଇ ଚର୍ଚ୍ଚା ହୋଇଥିଲା। କିନ୍ତୁ ଏ ଦୁହିଁଙ୍କ ସଂପର୍କ ବେଶୀ ଦିନ ତିଷ୍ଠି ନ ଥିଲା।

 

 

ସମ୍ବନ୍ଧିତ ଖବର