ପ୍ରଥମ ତିନିମାସରେ କେଉଁ ନୂଆ ନାୟକ, ନାୟିକା ଓଲିଉଡରେ ଏଣ୍ଟ୍ରି କରିଛନ୍ତି ?

ଭୁବନେଶ୍ୱର:୨୦୧୮ର ପ୍ରଥମ ତିନିମାସ ରେ ଦର୍ଶକ କେତେ ଜଣ ନବାଗତ, ନବାଗତା କଳାକାରଙ୍କୁ ପରଦାରେ ଦେଖିବାକୁ ପାଇଛନ୍ତି । ଆଉ କେତେକ ପରଦା ପଛରେ ରହି ଓଲିଉଡରେ ଏଣ୍ଟ୍ରି କରିଛନ୍ତି । ଆସନ୍ତୁ ସେମାନଙ୍କ ସଂପର୍କରେ ଜାଣିବା….

ତରଙ୍ଗ ସିନେ ପ୍ରଡକ୍ସନର ‘ ହାପି ଲକି’ ଜରିଆରେ ଓଲିଉଡରେ ଏଣ୍ଟ୍ରି ନେଇଛନ୍ତି ନବାଗତା ସସ୍ମିତା । ତାଙ୍କୁ ଦର୍ଶକ ନାୟକ ସମ୍ବିତଙ୍କ ବିପକ୍ଷରେ ଦେଖିବାକୁ ପାଇଛନ୍ତି ଏହି ଫିଲ୍ମରେ । ସସ୍ମିତା ତରଙ୍ଗ ଚାନେଲରେ ପ୍ରସାରିତ ରିଆଲିଟି ସୋ’ ‘ କିଏ ହେବ ମୋ’ ହିରୋଇନ୍‌’ର ବିଜୟିନୀ ହୋଇଥିଲେ ।
‘ ଗୁଡୁ ଆଣ୍ଡ ଗୁଡି’ ଜରିଆରେ ଓଲିଉଡରେ ଏଣ୍ଟ୍ରି ହୋଇଛି ଜଣେ ନୂଆ ନାୟକଙ୍କର । ସେ ହେଲେ ସୂର୍ଯ୍ୟକାନ୍ତ ସାମଲ । ଏହି ସିନେମାରେ ସୂର୍ଯ୍ୟକାନ୍ତଙ୍କ ବିପକ୍ଷରେ ହିମିକାଙ୍କୁ ନାୟିକା ଭୂମିକାରେ ଦେଖିବାକୁ ପାଇଥିଲେ ଦର୍ଶକ । ହିମିକା ଏହା ଆଗରୁ ‘ ଗୁଣ୍ଡା’ ଫିଲ୍ମରେ ସିଦ୍ଧାନ୍ତଙ୍କ ସହିତ ନାୟିକା ଭୂମିକାରେ ନଜର ଆସିଥିଲେ ।
ଠିକ୍‌ ସେହିପରି ‘ମନର ମାନସୀ’ ଫିଲ୍ମ ଦେଇଛି ଏକ ଏକ ନୂଆ ନାୟକ-ନାୟିକା ଯୋଡିଙ୍କୁ । ଏହି ଯୋଡ଼ି ହେଲେ ବିଭାସ ଓ ସୋନାଲୀ ।
‘ ଦୀପୁ ଦ ଡ୍ୟାନ୍ସ ବୟ’ ଫିଲ୍ମ ଜରିଆରେ ଓଲିଉଡରେ ନାୟକ ଭାବେ ଏଣ୍ଟ୍ରି ନେଇଥିଲେ ନୂଆ ନାୟକ ମନୋଜ ରାଉତ । ଛଉ ନୃତ୍ୟ ଉପରେ ଆଧାରିତ ଏହି ଫିଲ୍ମରେ ଜଣେ ନବାଗତା ନାୟିକାଙ୍କର ବି ପ୍ରବେଶ ଘଟିଥିଲା । ସେ ହେଲେ ଏଲିସା । ‘ହତ୍ୟା’ ସିନେମାରେ ନାୟକଭାବେ ଅର୍ପଣ ଏବଂ ନାୟିକାଭାବେ ଅନେ୍ଵଷା ଡେବ୍ୟୁ କରିଛନ୍ତି।


ଅପର ପକ୍ଷରେ ‘ ଅଜାତ ଶତ୍ରୁ’ ସିନେମାରେ ଦର୍ଶକ ଜଣେ ନବାଗତଙ୍କୁ ନାୟକ ଓ ନବାଗତାଙ୍କୁ ନାୟିକା ଚରିତ୍ରରେ ରୂପେଲି ପରଦା ସୋହମ ସିଂହ ଓ ନାୟିକା ଜଣକ ହେଲେ ସାଧ୍‌ଭି ସିଂହ । ଏ ବର୍ଷ ନବାଗତମାନଙ୍କ ବର୍ଷ ହେବ ବୋଲି କୁହାଯାଇପାରେ । ଆଗକୁ ବି କେତେକ ନୂଆ କଳାକାର ପରଦାକୁ ଆସିବା ଲାଗି ପ୍ରସ୍ତୁତ ହେଉଛନ୍ତି ।

ସମ୍ବନ୍ଧିତ ଖବର