ଏ ବର୍ଷ ନଜର ଆସିବେ ଏହି ନବାଗତା ଓଲିଉଡ ନାୟିକା

ଭୁବନେଶ୍ୱର: ଏ ବର୍ଷ ଦର୍ଶକ ବଡ଼ ପରଦାରେ ଜଣେ ନୂଆ ନାୟିକାଙ୍କୁ ଦେଖିବାକୁ ପାଇବେ। ସେ ହେଲେ ଲଭ୍‌ଲି ଲିଲି। ତାଙ୍କର ପ୍ରକୃତ ନାଆଁ ହେଲା ମନୋରମା ନାୟକ।ଘରେ ତାଙ୍କୁ ଲିଲି ବୋଲି ଡ଼ାକନ୍ତି ସମସ୍ତେ। ପରଦାରେ ଭଲ ନାଆଁ ଟିଏ ରଖିବାକୁ ଇଛା ହେଲା ତାଙ୍କର ।ଏଣୁ ସେ ନିର୍ଦ୍ଦେଶକ ଏନ୍‌.ପାଢ଼ୀଙ୍କୁ ଫିଲ୍ମରେ ନିଜର ନାଆଁ ଲଭ୍‌ଲି ଲିଲି ରଖିବାକୁ ଅନୁରୋଧ କରିଥିଲେ। ସେ ବି ମୋ’ କଥା ରଖିଲେ। ବାସ୍‌ ତାପରେ ଏହି ନାମରେ ଏବେ ପରିଚିତ ହେଉଛନ୍ତି ଓଲିଉଡରେ।


ଲଭ୍‌ଲି ଲିଲି ନୂଆ ଓଡ଼ିଆ ସିନେମା ‘ପାଗଳ ମୁଁ ତୋ’ ପାଇଁ’ରେ ନାୟିକା ଭୂମିକାରେ ଖୁବ୍‌ ଶୀଘ୍ର ନଜର ଆସିବେ।ଏଥିରେ ତାଙ୍କ ଅଭିନୀତ ଚରିତ୍ରର ନାଆଁ ହେଉଛି ପାୟଲ୍‌। ସେ ଏକ ଚୁଲୁବୁଲି ଝିଅ,ଯିଏ କଲେଜ୍‌ରେ ପାଠ ପଢ଼େ। ପାୟଲ ହେଉଛି ଜଣେ ଡନ୍‌ର ସାନ ଭଉଣୀ। ଏଥିରେ ଡନ୍‌ ଭୂମିକା ନିଭାଇଛନ୍ତି ଅଭିନେତା ମନୋଜ ମିଶ୍ର । ଫିଲ୍ମରେ ନିଜ ଚରିତ୍ରଟି ଖୁବ୍‌ ଦମଦାର୍‌ ବୋଲି କହନ୍ତି ଲଭ୍‌ଲି ଲିଲି । ଏହି ସିନେମାରେ ଅଙ୍କିତ ଅଛନ୍ତି ନାୟକ ଭୂମିକାରେ। ସେ ଟେଲି ଜଗତର ଜଣେ ଜଣାଶୁଣା ଷ୍ଟାର। ଅଙ୍କି-ଲଭଲି ଲିଲିଙ୍କ ବ୍ୟତୀତ ଏହି ସିନେମାରେ ଅନୀତା ଦାସ ,ବିଜୁବଡ଼ଜେନା ପ୍ରମୁଖ ମୁଖ୍ୟ ଭୂମିକାରେ ଅଛନ୍ତି।

ସମ୍ବନ୍ଧିତ ଖବର