ବିଶାଲ ଭରଦ୍ୱାଜ୍‌ଙ୍କ ସିନେମାରେ ନାୟିକା ବନିବେ ଏ ଦୁଇ ନାୟିକା !

0 174

ମୁମ୍ବାଇ: ରାଷ୍ଟ୍ରୀୟ ପୁରସ୍କାର ବିଜେତା ନିର୍ଦ୍ଦେଶକ ବିଶାଲ ଭରଦ୍ୱାଜ୍‌ ଏବେ ତାଙ୍କର ଆଗାମୀ ସିନେମାର ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ତାଙ୍କର ଏହି ସିନେମାର ଟାଇଟଲ୍‌ ରହିଛି ‘ଛୁରିୟାଁ’। ଏହି ଫିଲ୍ମରେ ଦୁଇ ଜଣ ନାୟିକାଙ୍କୁ ନିଆ ଯାଇଛି। ଏଥିପାଇଁ ବିଶାଲ୍‌ ଭରଦ୍ୱାଜ୍‌ ୬୦ ରୁ ଅଧିକ ଯୁବତୀଙ୍କର ଅଡ଼ିସନ୍‌ ନେଇଥିଲେ। କିନ୍ତୁ ସେମାନଙ୍କ ଭିତରୁ କେହି ପସନ୍ଦ ଆସିଲେନି ବିଶାଲଙ୍କର।
ଅବଶେଷରେ ବିଶାଲ ଭରଦ୍ୱାଜ୍‌ ବଲିଉଡ଼୍‍ ଅଭିନେତ୍ରୀ ସାନ୍ୟା ମାଲହୋତ୍ରା ଓ ଟେଲି ଦୁନିଆଁର ନାଆଁକରା ଅଭିନେତ୍ରୀ ରାଧିକା ମଦାନଙ୍କୁ ମନୋନୀତ କରିଛନ୍ତି। ‘ଛୁରିୟାଁ’ର କଥାବସ୍ତୁୁ ରାଜସ୍ଥାନ ରେ ରହୁଥିବା ଦୁଇ ଭଉଣୀଙ୍କ କାହାଣୀ ଉପରେ ଆଧାରିତ। ଉଭୟ ଭଉଣୀଙ୍କ ଭିତରେ ସବୁବେଳେ ଝଗଡ଼ା ଚାଲେ। ଏହି ଫିଲ୍ମରେ ଉଭୟ ସାନ୍ୟା ଓ ରାଧିକାଙ୍କୁ ଗ୍ରାମୀଣ ଯୁବତୀ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ। ଏହି ଫିଲ୍ମର ପ୍ରାକ୍‌-ପ୍ରସ୍ତୁତି ଲାଗି ଏ ଦୁଇ କଳାକାର ରାଜସ୍ଥାନର ଜୟପୁର ଠାରୁ ପ୍ର୍ରାୟ ତିନି ଘଣ୍ଟାର ରାସ୍ତା ଅତିକ୍ରାନ୍ତ ହେବାପରେ ପଡ଼ୁଥିବା ରୋନର୍ସ ଗାଆଁରେ ଅଛନ୍ତି। ସାନ୍ୟା ଓ ରାଧିକା ସେହି ଗାଆଁରେ ଗୋବରରେ ଘର ଲିପିବା ,ଗୋବରରେ ଘଷି ପକାଇବା ଆଦି ଶିଖୁୁଛନ୍ତି।ତା’ ସାଙ୍ଗକୁ ଜଳଭରା ମାଠିଆକୁ ମୁଣ୍ଡ ଉପରେ ରଖି ଚାଲିବାର ବି ଅଭ୍ୟାସ କରୁଛନ୍ତି ସାନ୍ୟା ଓ ରାଧିକା।ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ,ସେ ଦୁହେଁ ରାଜସ୍ଥାନୀ ଭାଷା ମଧ୍ୟ ଶିଖୁଛନ୍ତି।

photo-times of india

ପ୍ରାପ୍ତ ସୂଚନା ଅନୁଯାୟୀ,ବିଶାଲ ଭରଦ୍ୱାଜ୍‌ଙ୍କର ଫିଲ୍ମ ‘ଛୁରିୟାଁ’ର ସୁଟିଂ ଶେଷ ଆଡ଼କୁ ଆରମ୍ଭ ହେବ। ମକବୁଲ୍‌,ଓମ୍‌କାରା,ଲାଇଦର୍‌ ଓ ସାତ୍‌ ଖୁନ୍‌ ମାଫ୍‌ ଭଳି ଫିଲ୍ମ ପାଇଁ ପ୍ରସିଦ୍ଧି ଲାଭ କରିଥିବା ବିଶାଲ ନିଜେ ଏହାର ସ୍କ୍ରିପ୍ଟ ଲେଖିଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.