ପ୍ରେମିକ ନିକ୍‌ଙ୍କୁ ଛାଡ଼ି ଏବେ ଏହି କାମ କରୁଛନ୍ତି ପ୍ରିୟଙ୍କା!

ମୁମ୍ବାଇ: ବଲିଉଡର ଲୋକପ୍ରିୟ ନାୟିକା ପ୍ରିୟଙ୍କା ଚୋପ୍ରା ଏବେ ପୁଣି କ୍ୟାରିଅର୍‌ ମନସ୍କ ହେଲେଣି। ଯାହା ଜଣାପଡ଼ୁଛି ଆଜିକାଲି ଆଫେଆର୍‌ ଅପେକ୍ଷା କ୍ୟାରିଅର୍‌କୁ ପୁଣି ଗୁରୁତ୍ୱ ଦେଲେଣି।
ଏବେ ଜଣାପଡ଼ିଛି ଯେ,ସେ ‘ଦ ସ୍କାଇ ଇଜ୍‌ ପିଙ୍କ’ରେ କାମ କରୁଛନ୍ତି। ‘ଦ ସ୍କାଇ ଇଜ୍‌ ପିଙ୍କ୍‌’ର ସୁଟିଂ ଏବେ ଚାଲିଛି। ଏହି ଫିଲ୍ମରେ ଫରହାନ୍‌ ଅଖତର ନାୟକ ଭୂମିକାରେ ଅଛନ୍ତି। ଏଥିରେ ପ୍ରିୟଙ୍କା ପ୍ରେରଣାଦାୟୀ କାନ୍ତା ଓ ଲେଖିକା ଆୟେଶା ଚୌଧୁରୀଙ୍କ ମାଆ ଅଦିତି ଚୌଧୁରୀଙ୍କ ଭୂମିକାରେ ଅଭିନୟ କରିବେ। ଏହା ମଧ୍ୟ ବାୟୋପିକ୍‌। ଆୟେଶା ଚୌଧୁରୀ ପୁଲ୍‌ମନେରି ଫାଇବ୍ରୋସିସ୍‌ ଭଳି ଏକ ଭୟାନକ ବ୍ୟାଧିରେ ପୀଡ଼ିତ ଥିଲେ। ମାତ୍ର ୧୩ ବର୍ଷ ବୟସରେ ସେ ‘ମାଇଁ ଲିଟିଲ୍‌ ଏପିଫନିଜ୍‌’ନାମକ ଏ ପୁସ୍ତକ ଲେଖିଥିଲେ।

୨୦୧୫ରେ ରୋଗଗ୍ରସ୍ତ ହୋଇ ଆୟେଶା ମୃତ୍ୟୁବରଣ କରିଥିଲେ।ଏହାପରେ ତାଙ୍କ ମାଆ ଅଦିତି ଚୌଧୁରୀ ଆୟେଶାଙ୍କ କଥା ସମସ୍ତଙ୍କ ଜଣାଇଲେ।ଏହି ସିନେମାର ନିର୍ଦ୍ଦେଶକ ହେଲେ ସୋନାଲୀ ବୋଷ। ଏହା କେତେ ଦୂର ସଫଳ ହେଉଛି ତାହା ରିଲିଜ୍‌ ହେବାପରେ ଜଣାଯିବ ।

ସମ୍ବନ୍ଧିତ ଖବର