ଏପ୍ରିଲରେ ଆସୁଛି ଏହି ମୌଳିକ ଓଡ଼ିଆ ସିନେମା!

ଏପ୍ରିଲ ମାସରେ କେତେକ ଓଡ଼ିଆ ଛବି ରିଲିଜ୍‌ ହେଉଥିବାର ସୂଚନା ମିଳୁଛି। ଆସନ୍ତୁ ନଜର ପକାଇବା ସେହି ସବୁ ସିନେମା ଉପରେ……

ଏପ୍ରିଲରେ ପରଦାକୁ ଆସୁଛି ନୂଆ ଓଡ଼ିଆ ସିନେମା ‘ଯୋଗୀ’। ‘କଥା ଦେଲି ମଥା ଛୁଇଁ’ଫେମ୍‌ ର ଶ୍ରୀଧର ମାର୍ଥା ଏହାର ପ୍ରଯୋଜକ।ଏହାର ନିର୍ଦ୍ଦେଶନା ଦେଇଛନ୍ତି ନିରଂଜନ ବେହେରା। ଏହି ସିନେମାରେ ବିଜୟ ମହାନ୍ତି,ସ୍ମିତା ମହାନ୍ତି,ହର ରଥ,ନବାଗତ ଆର୍ଯ୍ୟନ ଦାଶ କୁମାର,ନବାଗତ ନିକିତା,ଶ୍ୟାମଳେନ୍ଦୁ ଓ ମନୋଜ ମିଶ୍ର ପ୍ରମୁଖ ଅଭିନୟ କରିଛନ୍ତି। ଡ଼ ରଜନୀ ରଂଜନ ଏହାର ସଂଳାପକାର ଓ ଦୀପକ କୁମାର ସଙ୍ଗୀତ ନିର୍ଦ୍ଦେଶକ।ଏହାକୁ ଏକ ପଲ୍‌ଟିକାଲ୍‌ ଡ୍ରାମା ବୋଲି କୁହାଯାଉଛି। ଏଥିରେ ଟାଇଟଲ୍‌ ରୋଲରେ ନଜର ଆସିବେ ହର ରଥ। ଏହାର କାହାଣୀକାର ହେଲେ ଛବିତା ମାର୍ଥା।

????????????????????????????????????

ଠିକ୍‌ ସେହିପରି ଆଉ ଏକ ଓଡ଼ିଆ ଛବି ବି ପରଦାକୁ ଆସୁଥିବା କୁହାଯାଉଛି। ଏହି ସିନେମା ହେଲା‘ଓଲେ ଓଲେ ଦିଲ୍‌ ବୋଲେ’। ବିଭୂତି ଭୂଷଣ ଷଡ଼ଙ୍ଗୀ ଏହାର ପ୍ରଯୋଜକ। ଏହି ଫିଲ୍ମର ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନାରେ ଅଛନ୍ତି କୈଳାସ ମହାପାତ୍ର। ଏଥିରେ ସିଦ୍ଧାନ୍ତ,ମିହିର ଦାସ,ଜ୍ୟୋତି ଓ ଝିଲିକ୍‌ ମେନ୍‌ ଲିଡ଼୍‍ରେ ଅଛନ୍ତି।ଏହାର କାହାଣୀ ଲେଖିଛନ୍ତି ଡ଼ ନିରଂଜନ ରେଡ୍ଡି ଓ ଅନ୍ତର୍ଯ୍ୟାମୀ ସରଘରିଆ। ପ୍ରେମ ଆନନ୍ଦ ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି।
ଉଭୟ ସିନେମାର କାହାଣୀ ମୌଳିକ ବୋଲି ଚର୍ଚ୍ଚା ହେଉଛି। ଦେଖାଯାଉ ଏ ଦୁଇ ମୌଳିକ ସିନେମାକୁ ଦର୍ଶକ କିଭଳି ଭାବେ ଗ୍ରହଣ କରୁଛନ୍ତି।

ସମ୍ବନ୍ଧିତ ଖବର