ଏହି ଚାରି ଓଡ଼ିଆ କଳାକାର ହେବେ ଜଣେ ଜଣେ ଇଡିଅଟ୍‌ !

ଭୁବନେଶ୍ୱର: ବଲିଉଡରେ ନିର୍ମିତ ହୋଇଥିିଲା ଏକ ଫିଲ୍ମ , ଯାହାର ଟାଇଟଲ୍‌ ହେଲା ‘ ଥ୍ରି ଇଡିଅଟସ୍‌ ’। ଏବେ ସେହି ଟାଇଟଲର ଅନୁସରଣରେ ଏବେ ଓଲିଉଡରେ ତିଆରି ହେଉଛି ଏକ ନୂଆ ଓଡ଼ିଆ ସିନେମା, ଯାହାର ଟାଇଟଲ୍‌ ହେଲା ‘ଫୋର୍‌ ଇଡିଅଟ୍‌ସ’। ଏହି ଫିଲ୍ମରେ ଚାରି ଜଣ ପ୍ରତିଭାବାନ୍‌ ଓଡ଼ିଆ କଳାକାରଙ୍କୁ ଦର୍ଶକ ଭେଟିବେ ଇଡିଅଟ୍‌ ଭୂମିକାରେ ।
ଏହା ଛବିରେ ଯେଉଁମାନେ ଇଡିଅଟ୍‌ ଭୂମିକାରେ ନଜର ଆସିବେ, ସେମାନେ ହେଲେ ସବ୍ୟସାଚୀ, ଆକାଶ ଦାସ ନାୟକ, କୁନା ତ୍ରିପାଠୀ ଓ ପପୁ ପମ୍‌ପମ୍‌ । ସବ୍ୟସାଚୀଙ୍କ ଅନୁଯାୟୀ କେହି ଜନ୍ମରୁ ଇଡିଅଟ୍‌ ହୋଇ ନ ଥାନ୍ତି, ହେଲେ ପ୍ରେମରେ ପଡ଼ିଗଲା ପରେ ଇଡିଅଟ୍‌ ହୋଇ ଯାଆନ୍ତି । ସେହିଭଳି ଚରିତ୍ରଟି ମିଳିଛି ତାଙ୍କୁ ବୋଲି କହନ୍ତି ସବ୍ୟସାଚୀ।
ଅପରପକ୍ଷରେ ପ୍ରଥମ ଥର ପାଇଁ ଆକ୍ସନ ବୟ ଆକାଶ ‘ଫୋର୍‌ ଇଡିଅଟ୍‌ସ’ ରେ କମେଡି କରୁଥିବାର ନଜର ଆସିବେ । ଏହାକୁ ସେ ଚାଲେଂଜ୍‌ ଭାବେ ଗ୍ରହଣ କରିଛନ୍ତି । ଏଥିରେ କୁନା ତ୍ରିପାଠୀ ଓ ପପୁ ପମପମଙ୍କ ଅଭିନୀତ ଚରିତ୍ର ବି ବେଶ୍‌ ମଜାଦାର୍‌ ବୋଲି କୁହାଯାଉଛି । ଏହି ଫିଲ୍ମରେ ଚାରି ଜଣ ନାୟିକା ଅଛନ୍ତି । ସେମାନେ ହେଲେ ଏଲିନା ସାମନ୍ତରାୟ, ପୁନମ୍‌ ମିଶ୍ର, ଲିପ୍ସା ମିଶ୍ର ଓ ଚାନ୍ଦିନୀ ।


‘ଫୋର୍‌ ଇଡିଅଟ୍‌ସ’ର ନିର୍ଦ୍ଦେଶନା ଦେଉଛନ୍ତି ବସନ୍ତ ସାହୁ । ଏହାର ପ୍ରଯୋଜନା କରୁଛନ୍ତି ଅକ୍ଷୟ ପରିଜା ପ୍ରଡକ୍ସନ୍‌, ପ୍ରକାଶ ଫିଲ୍ମସ ଓ ଜୀ ସାର୍ଥକ। ଏହାର ସଂଳାପ ଲେଖିଛନ୍ତି ଡ଼ ରଜନୀରଞ୍ଜନ ଓ ପ୍ରେମ୍‌ ଆନନ୍ଦ ସଙ୍ଗୀତ ନିର୍ଦ୍ଦେଶକ । ଇତିମଧ୍ୟରେ ଏହି ନୂଆ ସିନେମାର ମହୁରତ୍‌ ଶେଷ ହୋଇଯାଇଛି । ଏହାକୁ ରଜରେ ରିଲିଜ୍‌ କରାଯିବାର ଲକ୍ଷ୍ୟ ରଖାଯାଇଛି ।

ସମ୍ବନ୍ଧିତ ଖବର